ବର୍ଷା ଯୋଗୁ ମ୍ୟାଚ ଟାଇ, ନ୍ୟୁଜିଲ୍ୟାଣ୍ଡରେ ସିରିଜ ଜିତିଲା ଭାରତ

ନାପିଏର: ନ୍ୟୁଜିଲ୍ୟାଣ୍ଡରେ ଟି-୨୦ ସିରିଜ ଜିତିଛି ଟିମ ଇଣ୍ଡିଆ। ବରିଷ୍ଠ ଖେଳାଳିଙ୍କ ଅନୁପସ୍ଥିତି ଓ ଟି-୨୦ ବିଶ୍ୱକପରୁ ଦୁଃଖଦ ବିଦାୟ ପରେ ପ୍ରଥମ ସିରିଜ ଖେଳୁଥିବା ଭାରତ ଚତ୍ମକାର ପ୍ରଦର୍ଶନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଟି-୨୦ ସିରିଜ ଖେଳୁଥିବା ଭାରତ ୧-୦ରେ ଘରୋଇ ନ୍ୟୁଜିଲ୍ୟାଣ୍ଡକୁ ହରାଇଛି। ବର୍ଷା ଯୋଗୁ ୩ଟିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ବାତିଲ ହୋଇଥିଲା। ଦ୍ୱିତୀୟ ମ୍ୟାଚ୍‌ରେ ସୂର୍ଯ୍ୟ କୁମାର ଯାଦବଙ୍କ ବିସ୍ଫୋରକ ଶତକ ପାଇଁ ଭାରତ ୬୫ ରନରେ ନ୍ୟୁଜିଲ୍ୟାଣ୍ଡକୁ ହରାଇଥିଲା। […]

FiJ6HwyUUAALsin

FiJ6HwyUUAALsin

Hemant Lenka
  • Published: Tuesday, 22 November 2022
  • Updated: 22 November 2022, 04:29 PM IST

Sports

Latest News

ନାପିଏର: ନ୍ୟୁଜିଲ୍ୟାଣ୍ଡରେ ଟି-୨୦ ସିରିଜ ଜିତିଛି ଟିମ ଇଣ୍ଡିଆ। ବରିଷ୍ଠ ଖେଳାଳିଙ୍କ ଅନୁପସ୍ଥିତି ଓ ଟି-୨୦ ବିଶ୍ୱକପରୁ ଦୁଃଖଦ ବିଦାୟ ପରେ ପ୍ରଥମ ସିରିଜ ଖେଳୁଥିବା ଭାରତ ଚତ୍ମକାର ପ୍ରଦର୍ଶନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଟି-୨୦ ସିରିଜ ଖେଳୁଥିବା ଭାରତ ୧-୦ରେ ଘରୋଇ ନ୍ୟୁଜିଲ୍ୟାଣ୍ଡକୁ ହରାଇଛି।

ବର୍ଷା ଯୋଗୁ ୩ଟିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ବାତିଲ ହୋଇଥିଲା। ଦ୍ୱିତୀୟ ମ୍ୟାଚ୍‌ରେ ସୂର୍ଯ୍ୟ କୁମାର ଯାଦବଙ୍କ ବିସ୍ଫୋରକ ଶତକ ପାଇଁ ଭାରତ ୬୫ ରନରେ ନ୍ୟୁଜିଲ୍ୟାଣ୍ଡକୁ ହରାଇଥିଲା। ଆଜି ଶେଷ ମ୍ୟାଚ୍‌ରେ ମଧ୍ୟ ବର୍ଷା ବାଧା ସାଜିଥିଲା।

ନାପିଏରରେ ନ୍ୟୁଜିଲ୍ୟାଣ୍ଡ ଦେଇଥିବା ୧୬୧ ରନର ପିଛା କରୁଥିବା ଭାରତ ୯ ଓଭର ସୁଦ୍ଧା ୪ ୱିକେଟ ହରାଇ ୭୫ ରନ କରିଥିଲା। ଏହି ସମୟରେ ବର୍ଷା ଲାଗି ରହିବାରୁ ଡିଏଲ ମେଥଡ ଲାଗୁ କରାଯାଇଥିଲା। ଡିଏଲ ମେଥଡ ଅନୁସାରେ ଭାରତକୁ ମ୍ୟାଚ୍‌ ଜିତିବା ପାଇଁ ୭୬ ରନ ଦରକାର ଥିଲା।

ହେଲେ ଦଳ ୭୫ ରନ କରିଥିଲା। ଡିଏଲ ମେଥଡ ଅନୁଯାୟୀ ସ୍କୋର ବରାବର ୭୫ ରନରେ ରହିଥିବାରୁ ମ୍ୟାଚ୍‌କୁ ଟାଇ ଘୋଷଣା କରାଯାଇଛି। ତୃତୀୟ ମ୍ୟାଚ୍‌ ଟାଇ ହୋଇ ଯିବାରୁ ଭାରତ ୧-୦ରେ ଟି-୨୦ ସିରଜକୁ କବଜା କରିଛି।

Groundstaff bring the covers on as rain interrupts play, New Zealand vs India, 3rd T20I, Napier, November 22, 2022
ଆଜିର ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡର କାମଚଳା ଅଧିନାୟକ ଟିମ ସାଉଦି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ହେଲେ ଦଳ ଆଶା ଅନୁସାରେ ଭଲ ଆରମ୍ଭ କରି ପାରି ନଥିଲା। ଫିନ ଆଲେନ(୩) ଓ ମାର୍କ ଚାପମ୍ୟାନ(୨) ପାୱାର ପ୍ଲେ ମଧ୍ୟରେ ପ୍ୟାଭିଲିୟନ ଫେରିଥିଲେ। ତେବେ ତୃତୀୟ ୱିକେଟ ପାଇଁ ଡେଭନ କନୱେ(୫୯) ଓ ଗ୍ଲେନ ଫିଲିପ୍ସ(୩୩ ବଲରେ ୫୪) ସ୍ଥିତି ସମ୍ଭାଳିଥିଲେ।

ଉଭୟ ଦମଦାର ବ୍ୟାଟିଂ କରିବା ସହ ଦଳୀୟ ସ୍କୋରକୁ ୪୪ରୁ ନେଇ ୧୩୦ରେ ପହଞ୍ଚାଇଥିଲେ। ହେଲେ ମହମ୍ମଦ ସିରାଜ ପ୍ରଥମେ ଫିଲିପ୍ସ ଓ ପରେ ଅର୍ଶଦୀପ ସିଂହ ୫୯ ରନ କରିଥିବା କନୱେଙ୍କୁ ଆଉଟ କରି ନ୍ୟୁଜିଲ୍ୟାଣ୍ଡର ରନ ସଂଗ୍ରହହାରରେ ବ୍ରେକ ଲଗାଇଥିଲେ।

ଏହି ଦୁଇ ଜଣ ଆଉଟ ହେବା ପରେ ବ୍ଲାକ କ୍ୟାପ୍ସର ଅନ୍ୟ କୌଣସି ବ୍ୟାଟର ଭାରତୀୟ ବୋଲରଙ୍କ ସମ୍ମୁଖୀନ ହୋଇ ପାରି ନଥିଲେ। ଶେଷରେ ନ୍ୟୁଜିଲ୍ୟାଣ୍ଡ ୧୯.୪ ଓଭରରେ ସମସ୍ତ ୱିକେଟ ହରାଇ ୧୬୦ରେ ଅଟକି ଯାଇଥିଲା। ଦଳ ଶେଷ ୩୦ ରନରେ ୮ଟି ୱିକେଟ ହରାଇଛି।

ଭାରତ ପକ୍ଷରୁ ଅର୍ଶଦୀପ ଓ ସିରାଜ ୪ଟି ଲେଖାଏ ୱିକେଟ ନେଇଥିବା ବେଳେ ହର୍ଷଲ ପଟେଲ ଗୋଟିଏ ସଫଳତା ପାଇଛନ୍ତି। ଗୋଟିଏ ୱିକେଟ ରନ ଆଉଟ ରୂପେ ମିଳିଛି।

[caption id="attachment_783478" align="aligncenter" width="734"] ମ୍ୟାଚ୍‌ର ହିରୋ ମହମ୍ମଦ ସିରାଜ[/caption]

୧୬୧ ରନର ଟାର୍ଗେଟ ପାଇଥିବା ଭାରତ ଦ୍ରୁତ ଆରମ୍ଭ କରିବାକୁ ଚାହିଁଥିଲା। ହେଲେ ଈଶାନ କିଶନ(୧୦) ଓ ପରେ ଋଷଭ ପନ୍ତ(୧୧) ଆଉଟ ହୋଇଥିଲେ। ଶ୍ରେୟସ ଆୟର ଖାତା ଖୋଲିବା ପୂର୍ବରୁ ହିଁ ସାଉଦିଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ଗତ ମ୍ୟାଚ୍‌ର ହିରୋ ସୂର୍ଯ୍ୟ କୁମାର(୧୩) ଗୋଟିଏ ଦର୍ଶନୀୟ ଛକା ମାରିବା ପରେ ଈଶ ଶୋଢ଼ିଙ୍କ ବଲରେ ଆଉଟ ହୋଇଥିଲେ। ଭାରତ କ୍ରମାଗତ ୱିକେଟ ହରାଇ ଚାଲିଥିଲେ ମଧ୍ୟ ହାର୍ଦ୍ଦିକ ପାଣ୍ଡ୍ୟା ସ୍ଥିତି ସମ୍ଭାଳିଥିଲେ।

Hardik Pandya ramps the ball for a boundary to deep third, New Zealand vs India, 3rd T20I, Napier, November 22, 2022

ତାଙ୍କୁ ଦୀପକ ହୁଡ୍ଡା ସାଥ ଦେଇଥିଲେ। ଉଭୟ ବ୍ୟାଟିଂ ଚମତ୍କାର ବ୍ୟାଟିଂ କରିବା ସହ ୯ ଓଭର ସୁଦ୍ଧା ଦଳୀୟ ସ୍କୋରକୁ ୭୫ ରନରେ ପହଞ୍ଚାଇ ଦେଇଥିଲେ। ପାଣ୍ଡ୍ୟା ୧୮ ବଲରେ ୩୦ ଓ ହୁଡ୍ଡା ୯ ବଲରେ ୯ ରନ କରିଥିବା ବେଳେ ହଠାତ୍‌ ବର୍ଷା ଆରମ୍ଭ ହୋଇଥିଲା।

ବର୍ଷା ଲାଗି ରହିବାରୁ ଡିଏଲ ମେଥଡ ଅନୁଯାୟୀ ମ୍ୟାଚ୍‌କୁ ଟାଇ ଘୋଷଣା କରାଯାଇଛି। ଏଥିସହ ଭାରତ ୧-୦ରେ ସିରିଜ ମଧ୍ୟ ଜିତିଛି। ଆଜି ୧୭ ରନ ଦେଇ ୪ ୱିକେଟ ଦଖଲ କରିଥିବା ମହମ୍ମଦ ସିରାଜକୁ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ମିଳିଛି। ସେହିପରି ସୂର୍ଯ୍ୟ କୁମାର ଯାଦବ ୨ଟି ମ୍ୟାଚ୍‌ରେ ୧୨୪ ରନ କରିଥିବାରୁ ତାଙ୍କୁ ସିରିଜର ଶ୍ରେଷ୍ଠ ଖେଳାଳି ପୁରସ୍କାରରେ ସମ୍ମାନିତ କରାଯାଇଛି।

Arshdeep Singh celebrates after dismissing Daryl Mitchell, New Zealand vs India, 3rd T20I, Napier, November 22, 2022

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story