ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୨୦୨୪ ଟି-୨୦ ବିଶ୍ୱକପ ପାଇଁ କ୍ୟାପ୍ଟେନ କଲେ ରିସ୍କ ଅଛି!

ନୂଆଦିଲ୍ଲୀ: ଟିମ ଇଣ୍ଡିଆ ଚଳିତ ବର୍ଷ ଟି-୨୦ ବିଶ୍ୱକପରୁ ବିଦା ହେବା ପରେ ଅନେକ ଲୋକ ମତାମତ ଦେବା ଆରମ୍ଭ କରିଛନ୍ତି। ଏଥିସହ ୨୦୨୪ ଟି-୨୦ ବିଶ୍ୱକପରେ ଭାରତର ଅଧିନାୟକ କିଏ ହେବେ, ତା’କୁ ନେଇ ବିତର୍କ ମଧ୍ୟ ଚାଲିଛି। ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଟିମ ଚଳିତ ବର୍ଷ ଟି-୨୦ ବିଶ୍ୱକପ ସେମିରେ ପହଞ୍ଚିଥିଲା। କିନ୍ତୁ ଇଂଲଣ୍ଡ ବିପକ୍ଷରେ ଦୁର୍ବଳ ପ୍ରଦର୍ଶନ ଭାରତକୁ ଟୁର୍ଣ୍ଣାମେଣ୍ଟରୁ ବିଦା କରିଥିଲା। ରୋହିତଙ୍କୁ ଏବେ ୩୫ ବର୍ଷ ହୋଇ ସାରିଥିବାରୁ […]

Hardik

Hardik

Hemant Lenka
  • Published: Monday, 14 November 2022
  • Updated: 14 November 2022, 05:02 PM IST

Sports

Latest News

ନୂଆଦିଲ୍ଲୀ: ଟିମ ଇଣ୍ଡିଆ ଚଳିତ ବର୍ଷ ଟି-୨୦ ବିଶ୍ୱକପରୁ ବିଦା ହେବା ପରେ ଅନେକ ଲୋକ ମତାମତ ଦେବା ଆରମ୍ଭ କରିଛନ୍ତି। ଏଥିସହ ୨୦୨୪ ଟି-୨୦ ବିଶ୍ୱକପରେ ଭାରତର ଅଧିନାୟକ କିଏ ହେବେ, ତା’କୁ ନେଇ ବିତର୍କ ମଧ୍ୟ ଚାଲିଛି। ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଟିମ ଚଳିତ ବର୍ଷ ଟି-୨୦ ବିଶ୍ୱକପ ସେମିରେ ପହଞ୍ଚିଥିଲା।

କିନ୍ତୁ ଇଂଲଣ୍ଡ ବିପକ୍ଷରେ ଦୁର୍ବଳ ପ୍ରଦର୍ଶନ ଭାରତକୁ ଟୁର୍ଣ୍ଣାମେଣ୍ଟରୁ ବିଦା କରିଥିଲା। ରୋହିତଙ୍କୁ ଏବେ ୩୫ ବର୍ଷ ହୋଇ ସାରିଥିବାରୁ ୨୦୨୪ ବେଳକୁ ସେ ୩୭ ବର୍ଷରେ ପାଦ ଦେଇଥିବେ। ତେଣୁ ତାଙ୍କ ବଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଭାରତ ୨୦୨୪ ଟି-୨୦ ବିଶ୍ୱକପ ଖେଳିବ ବୋଲି ଚର୍ଚ୍ଚା ହେଉଛି। ଏହାକୁ ଅନେକ ପୂର୍ବତନ କ୍ରିକେଟର ମଧ୍ୟ ସମର୍ଥନ କରିଛନ୍ତି। ଚୟନ କମିଟିର ପୂର୍ବତନ ମୁଖ୍ୟ ତଥା ଭାରତୀୟ ଦଳର ପୂର୍ବତନ ଓପନର ବ୍ୟାଟର କେ ଶ୍ରୀକାନ୍ତ ଏବେ ଠାରୁ ହାର୍ଦ୍ଦିକଙ୍କ ନେତୃତ୍ୱରେ ୨୦୨୪ ଟି-୨୦ ବିଶ୍ୱକପ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ କହିଛନ୍ତି।

ହେଲେ କେବଳ ପାଣ୍ଡ୍ୟାଙ୍କୁ ନେତୃତ୍ୱ ଦେବା ଉପରେ ଫୋକସ କଲେ ଅନେକ ରିସ୍କ ରହିଛି। ପାଣ୍ଡ୍ୟା ଜଣେ ଦକ୍ଷ ଖେଳାଳି। ସେ ମ୍ୟାଚ୍‌ ଜିତିବା ସହ ନେତୃତ୍ୱ ନେବାକୁ ସକ୍ଷମ। ହେଲେ ଟି-୨୦ ବିଶ୍ୱକପ ପାଇଁ କେବଳ ତାଙ୍କୁ ନେତୃତ୍ୱ ଦେବାକୁ ଚିନ୍ତା କରିବାରେ ଅନେକ ବିପଦ ରହିଛି। ତେଣୁ କେବଳ ପାଣ୍ଡ୍ୟା ନୁହନ୍ତି, ଏକାଧିକ ଖେଳାଳିଙ୍କୁ ନେତୃତ୍ୱ ନେବାର କଳା ଏବେ ଠାରୁ ବିସିସିଆଇ ଶିଖାଇବା ଦରକାର। କାରଣ ସମୟ ଆସିଲେ ସେମାନେ ମଧ୍ୟ ଦଳକୁ ଆଗକୁ ଦେବାକୁ ସକ୍ଷମ ହେବେ।

ଯଦି ଆପଣମାନେ ଭାବୁଛନ୍ତି କ୍ୟାପ୍ଟେନ ବଦଳି ଗଲେ ରେଜଲ୍ଟ ବଦଳି ଯିବ, ତା’ହେଲେ ଏହା କେବେ ହେଲେ ସମ୍ଭବ ନୁହେଁ। ଆପଣଙ୍କ ଏହି ଭାବନା ଆଦୌ ଠିକ ନୁହେଁ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କଥା ବିଚାରକୁ ନେଲେ ଆମମାନଙ୍କୁ ଗୋଟିଏ କଥା ବୁଝିବା ପଡ଼ିବ; ସେ ଜଣେ ଫାଷ୍ଟ ବୋଲର ଅଲରାଉଣ୍ଡର। ପୂର୍ବରୁ ମଧ୍ୟ ସେ ଆହତ ସମସ୍ୟା ଦେଇ ଗତି କରିଛନ୍ତି। ଏବେ ଠାରୁ ତାଙ୍କୁ ବିଶ୍ୱକପର ନେତୃତ୍ୱ ନେବାର କଳା ଶିଖାଇବାରେ କିଛି ବି ଅସୁବିଧା ନାହିଁ। ତାଙ୍କ ପାଖରେ ନେତୃତ୍ୱ ନେବାର ଦକ୍ଷତା ରହିଛି।

କିନ୍ତୁ ଯଦି ଠିକ୍‌ ବିଶ୍ୱକପ ପୂର୍ବରୁ ସେ ଆହତ ହୋଇଯିବେ? ତା’ହେଲେ ଆପଣ କ’ଣ କରିବେ? ଯଦି ଆପଣଙ୍କ ପାଖରେ ଆଉ କେହି ନେତୃତ୍ୱ ନେବା ଭଳି ଖେଳାଳି ନଥିବେ, ତେବେ ଅନେକ ସମସ୍ୟା ଉପୁଜିବ। ହାର୍ଦ୍ଦିକ ପାଣ୍ତ୍ୟା ଗୁଜରାଟ ଟାଇଟନ୍ସ ପାଇଁ ବହୁତ ଭଲ କରିଛନ୍ତି। ଦଳକୁ ଡେବ୍ୟୁରେ ଆଇପିଏଲ ଜିତାଇଛନ୍ତି। ସେ ନେତୃତ୍ୱ ନେବାକୁ ଯୋଗ୍ୟ। ତେଣୁ ହାର୍ଦ୍ଦିକଙ୍କ ବ୍ୟତୀତ ଆଉ ଜଣଙ୍କ ମଧ୍ୟ ସମାନ୍ତରଳ ଭାବେ ନେତୃତ୍ୱ ନେବାର କୌଶଳ ଶିଖାଇବା ଉଚିତ। ଆମ ପାଖରେ ଯେମିତି ଏକାଧିକ ଓପନର୍ସ ରହିଛନ୍ତି ଠିକ୍‌ ସେହିପରି ଆମକୁ ଏକାଧିକ ଲିଡର୍ସଙ୍କୁ ମଧ୍ୟ ସମାନ୍ତରଳ ଭାବେ ବାଛିବାକୁ ପଡ଼ିବ। ଏକଥା ପୂର୍ବତନ କ୍ରିକେଟର ଇରଫାନ ଫଠାନ ମଧ୍ୟ କହିଛନ୍ତି। ତାଙ୍କ ମତରେ କେବଳ ହାର୍ଦ୍ଦିକଙ୍କ ଉପରେ ଫୋକସ ନ କରି ଏକାଧିକ ଯୁବ ଖେଳାଳିଙ୍କୁ ବି ସମର୍ଥନ କରିବା ଦରକାର।

ବିଶ୍ୱକପ ଏବେ ଶେଷ ହୋଇଯାଇଥିବାରୁ ଭାରତ ଆସନ୍ତା ୧୮ ତାରିଖରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୩ଟି ଟି-୨୦ ଓ ସମାନ ସଂଖ୍ୟକ ଦିନିକିଆ ମ୍ୟାଚ୍‌ ଖେଳିବ। ଟି-୨୦ରେ ପାଣ୍ଡ୍ୟା ଭାରତର କମାଣ ସମ୍ଭାଳିବାକୁ ଥିବା ବେଳେ ଦିନିକିଆରେ ଶିଖର ଧୱନ ନେତୃତ୍ୱ ନେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story