ଭୋପାଳ: ୫ ବର୍ଷର ଝିଅକୁ ଝୁଣି ମାରିଦେଲେ କୁକୁର। ସୌଦା ପାଇଁ ଯାଇଥିବା ବେଳେ ବୁଲା କୁକୁର ମାନେ ଘେରିଯାଇ ଆକ୍ରମଣ କରିଥିଲେ। ଏମିତି ଏକ ଅଭାବନୀୟ ଘଟଣା ଶୁକ୍ରବାର ମଧ୍ୟପ୍ରଦେଶର ଖାରଗୋନେ ଜିଲ୍ଲାରେ ଘଟିଛି। ମୃତ ଝିଅଟି ହେଉଛି ସୋନିଆ। ତାଙ୍କ ବେକରେ କୁକୁର କାମୁଡ଼ାର ଏକାଧିକ ଦାଗ ରହିଛି। ହସପିଟାଲରେ ଚିକିତ୍ସା ବେଳେ ଝିଅଟିର ମୃତ୍ୟୁ ଘଟିଛି। ବେଡିଆ ପୁଲିସ ଷ୍ଟେସନ ଅଧୀନ ବକୱା ଗ୍ରାମରେ ଏହି ଗଟଣା ଘଟିଛି। ସୋନିଆ ପାଖ ଦୋକାନକୁ ସୌଦା ପାଇଁ ଯାଉଥିବା ବେଳେ ପ୍ରାୟ ଡଜନରୁ ଅଧିକ କୁକୁର ତାକୁ ଘେରି ଯାଇ ଆକ୍ରମଣ କରିଥିଲେ। ଝିଅଟିର ଚିତ୍କାର ଶୁଣି ଗାଁ ଲୋକେ ଆସି କୁକୁର ଗୁଡ଼ିକୁ ଗୋଡ଼ାଇ ତାକୁ ମେଡିକାଲ ନେଇଥିଲେ। ଏହି ଘଟଣା ଘଟିବା ବେଳେ ସୋନିଆଙ୍କ ବାପା ଘରେ ନଥିଲେ। ପ୍ରଥମେ ଏକ ସରକାରୀ ମେଡିକାଲ ପରେ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାର ମୃତ୍ୟୁ ଘଟିଥିଲା। ସୋନିଆଙ୍କ ବାପା ଜଣେ ଗରିବ ହୋଇଥିବା ବେଳେ ସେ ଦିନ ମଜୁରିଆ ଭାବେ କାମ କରନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
ମଣିପୁରରେ ମୋଦି, ଶାନ୍ତି ପାଇଁ କଲେ ଅପିଲ
ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିଂସାରେ ପ୍ରଭାବିତ ହୋଇଥିବା ଲୋକଙ୍କୁ ଭେଟି ସେମାନଙ୍କ ଦୁଃଖଦୁର୍ଦ୍ଦଶା ଶୁଣିଥିଲେ।

National
ଉଡ଼ାଣ ଆରମ୍ଭ ବେଳେ ଖସି ପଡ଼ିଲା ବିମାନ ଚକା, ଆଉ ତା’ପରେ
ବିମାନର ଚକା ଖସିବା ବେଳେ ଏହା ମଧ୍ୟରେ ୭୫ ଜଣ ଯାତ୍ରୀ ଥିଲେ।

Business
ବଢ଼ିଲା ଖୁଚୁରା ମୁଦ୍ରାସ୍ଫୀତି
ସରକାର ଜିଏସ୍ଟି ହ୍ରାସ କରିଥିବାରୁ ସେପ୍ଟେମ୍ବର ୨୨ରୁ ଏହା କାର୍ଯ୍ୟକାରୀ ହେବ। ଏହାପରେ ସମ୍ଭବତଃ ଲୋକମାନେ ଅଗଷ୍ଟରେ ସାମ୍ନା କରିଥିବା ଦରବୃଦ୍ଧିରୁ ସାମାନ୍ୟ ଆଶ୍ୱସ୍ତି ପାଇବାର ସମ୍ଭାବନା ରହିଛି।

National
ପୂରା ଦେଶରେ ବାଣ ବ୍ୟାନ ସପକ୍ଷରେ ସୁପ୍ରିମକୋର୍ଟ
ଦେଶର ଅନ୍ୟ ସହରଗୁଡ଼ିକ ସାଂଘାତିକ ପ୍ରଦୂଷଣର ସାମ୍ନା କରୁଥିବା ବେଳେ ବାଣ ବ୍ୟାନ ନିଷ୍ପତ୍ତି କେବଳ ଦିଲ୍ଲୀ-ଏନସିଆରରେ କାହିଁକି ଲାଗୁ କରାଯିବ ବୋଲି ସର୍ବୋଚ୍ଚ ଅଦାଲତ ପ୍ରଶ୍ନ କରିଛନ୍ତି।

National
ଶନିବାର ମଣିପୁର ଯିବେ ପ୍ରଧାନମନ୍ତ୍ରୀ ମୋଦି, ୨୦୨୩ ହିଂସା ପରେ ପ୍ରଥମ
ମଣିପୁର ପ୍ରସଙ୍ଗରେ ସରକାରଙ୍କୁ ଘେରିବା ପାଇଁ ବିରୋଧୀ ୨୦୨୩ ଅଗଷ୍ଟରେ ଗୋଟିଏ ଅନାସ୍ଥା ପ୍ରସ୍ତାବ ମଧ୍ୟ ଆଣିଥିଲେ। ମୋଦି ସେଠାକୁ ଯାଉ ନଥିବା ବେଳେ କେବଳ ନିଜ ଭାଷଣରେ ପୂରା ଦେଶ ମଣିପୁର ସହ ରହିଛି ବୋଲି କହି ଚାଲିଥିବାରୁ ବିରୋଧୀ ଏହାକୁ କଟାକ୍ଷ ମଧ୍ୟ କରିବାର ନଜିର ରହିଛି।