ସିବିଆଇ ପରେ ଇଡି ଦାଖଲ କଲା ଚାର୍ଜଶିଟ୍‌: ଏଥିରେ ବି ନାହିଁ ସିସୋଦିଆଙ୍କ ନାଁ

ନୂଆଦିଲ୍ଲୀ: ତଥାକଥିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପ୍ରଥମ ଚାର୍ଜଶିଟ ଦାଖଲ କରିଛି। ଏହି ତଥାକଥିତ ଦୁର୍ନୀତି ଘଟଣାରେ ଇଡି ମନି ଲଣ୍ଡରିଂ ଦିଗର ତଦନ୍ତ କରୁଛି। ତଦନ୍ତର ପ୍ରାୟ ୨ ମାସ ପରେ ଆଜି ଇଡି ପକ୍ଷରୁ ଦିଲ୍ଲୀର ରୋଜ ଆଭିନ୍ୟୁ କୋର୍ଟ ସ୍ୱତନ୍ତ୍ର ବିଚାରପତିଙ୍କ ନିକଟରେ ପ୍ରଥମ ଫ୍ରସିକ୍ୟୁସନ କମ୍ପ୍ଲେନ ବା ଚାର୍ଜଶିଟ ଦାଖଲ କରାଯାଇଛି। ତେବେ ଏହି ଚାର୍ଜଶିଟରେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ନାଁ […]

AAP

AAP

Hemant Lenka
  • Published: Saturday, 26 November 2022
  • Updated: 26 November 2022, 06:21 PM IST

ନୂଆଦିଲ୍ଲୀ: ତଥାକଥିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପ୍ରଥମ ଚାର୍ଜଶିଟ ଦାଖଲ କରିଛି। ଏହି ତଥାକଥିତ ଦୁର୍ନୀତି ଘଟଣାରେ ଇଡି ମନି ଲଣ୍ଡରିଂ ଦିଗର ତଦନ୍ତ କରୁଛି। ତଦନ୍ତର ପ୍ରାୟ ୨ ମାସ ପରେ ଆଜି ଇଡି ପକ୍ଷରୁ ଦିଲ୍ଲୀର ରୋଜ ଆଭିନ୍ୟୁ କୋର୍ଟ ସ୍ୱତନ୍ତ୍ର ବିଚାରପତିଙ୍କ ନିକଟରେ ପ୍ରଥମ ଫ୍ରସିକ୍ୟୁସନ କମ୍ପ୍ଲେନ ବା ଚାର୍ଜଶିଟ ଦାଖଲ କରାଯାଇଛି।

ତେବେ ଏହି ଚାର୍ଜଶିଟରେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ନାଁ ନାହିଁ। ଗତକାଲି ସିବିଆଇ ମଧ୍ୟ ଏହି ଘଟଣାରେ ଚାର୍ଜଶିଟ ଦାଖଲ କରିଥିଲା। ସେଥିରେ ବି ସିସୋଦିଆଙ୍କ ନାଁ ନଥିଲା। ଦିଲ୍ଲୀ ଅବକାରୀ ନୀତିରେ ଦୁର୍ନୀତି ହୋଇଥିବା ଅଭିଯୋଗ ହେବା ପରେ ସିବିଆଇ ଏଫଆଇଆର ରୁଜୁ କରିଥିଲା। ଏଥିରେ ସିସୋଦିଆଙ୍କୁ ୧ନଂ ଅଭିଯୁକ୍ତ ଭାବେ ଦର୍ଶାଯାଇଥିଲା। ସେହି ଆଧାରରେ ଇଡି ମଧ୍ୟ ଖୋଳତାଡ଼ କରିଥିଲା। ସିସୋଦିଆଙ୍କ ଘର ଓ ଅଫିସରେ ରେଡ କରାଯାଇଥିଲା।

କିନ୍ତୁ ଏବେ ଉଭୟ ସିବିଆଇ ଓ ଇଡି ଚାର୍ଜଶିଟ୍‌ରେ ତାଙ୍କ ନାଁ ନଥିବାରୁ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି। ଆଜି ଇଡି ଦାଖଲ କରିଥିବା ଚାର୍ଜଶିଟ୍‌ରେ ବ୍ୟବସାୟୀ ସମୀର ମହେନ୍ଦ୍ର, ୪ଟି କମ୍ପାନୀ ଓ ମହେନ୍ଦ୍ର ନିର୍ଦ୍ଦେଶକ ଥିବା ସଂସ୍ଥାଗୁଡ଼ିକୁ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ଏହା ବ୍ୟତୀତ ଆଉ କାହା ନାଁ ଚାର୍ଜଶିଟରେ ନାହିଁ।

ସ୍ୱତନ୍ତ୍ର ବିଚାରପତି ଏମକେ ନାଗପାଲଙ୍କ ଆଗରେ ଇଡିର ଓକିଲ ନବୀନ ମାଟ୍ଟା ଉପସ୍ଥିତ ରହି ଚାର୍ଜଶିଟ ଦାଖଲ କରିଛନ୍ତି। ସେ କୋର୍ଟଙ୍କୁ କହିଛନ୍ତି ଯେ ପିଏମଏଲଏର ଧାରା ୩ ଓ ୪ ଅଧୀନରେ ହୋଇଥିବା ଅପରାଧ ସଂକ୍ରାନ୍ତରେ ଚାର୍ଜଶିଟ ଦାଖଲ କରାଯାଇଛି।

୨୯୧ କୋଟି ଟଙ୍କାର ବେଆଇନ କାରବାର ହୋଇଥିବା ଜଣାପଡ଼ିଛି। ଅବକାରୀ ନୀତି ଦୁର୍ନୀତି ଘଟଣାରେ ସାମିଲ ଥିବା ଅନ୍ୟମାନଙ୍କ ଉପରେ ତଦନ୍ତ ଏବେ ବି ଜାରି ରହିଛି। ମହେନ୍ଦ୍ର ୨ ମାସ ତଳେ ଗିରଫ ହୋଇଥିଲେ। ନିୟମ ଅନୁସାରେ ଚାର୍ଜଶିଟ ଦାଖଲ କରିବାର ଅବଧି ଆସନ୍ତାକାଲି ଶେଷ ହେଉଛି। ତେଣୁ ସ୍ୱତନ୍ତ୍ର ଭାବେ ଏହି ଚାର୍ଜଶିଟକୁ ଦାଖଲ କରାଯାଇଛି ବୋଲି ଇଡି ଓକିଲ କହିଛନ୍ତି।

କୋର୍ଟ ଚାର୍ଜଶିଟ ଓ ଅନ୍ୟାନ୍ୟ ଦସ୍ତାବିଜକୁ ଦେଖିବା ପରେ ମାମଲାର ପରବର୍ତ୍ତୀ ଶୁଶାଣି ଡିସେମ୍ବର ୧୨ରେ ହେବ ବୋଲି କହିଛନ୍ତି। ପରବର୍ତ୍ତୀ ଶୁଣାଣି ଯାଏ ସମୀର ମହେନ୍ଦ୍ର ବିଚାର ବିଭାଗୀୟ ହାଜତରେ ରହିବେ।

ଅନ୍ୟପକ୍ଷରେ ସିବିଆଇ ଓ ଇଡି ଚାର୍ଜଶିଟରେ ସିସୋଦିଆଙ୍କ ନାଁ ନଥିବାରୁ ଅବକାରୀ ନୀତିରେ କୌଣସି ଦୁର୍ନୀତି ହୋଇ ନଥିବା ଆପ୍‌ କହିଛି। ନିଜେ ସିସୋଦିଆ କହିଛନ୍ତି, “ଏହା ମୋ ପାଇଁ ବେଶ ଗର୍ବର ବିଷୟ। ତମାମ ଷଡ଼ଯନ୍ତ୍ର ଓ ମିଛ ଏଫଆଇଆର ପରେ ମଧ୍ୟ ସେମାନେ ମୋ ବିରୋଧରେ କୌଣସି ପ୍ରମାଣ ପାଇଲେ ନାହିଁ।

୮୦୦ ଅଫିସର ୫୦୦ଟି ସ୍ଥାନରେ ରେଡ୍‌ କରି ଯେଉଁ ଚାର୍ଜଶିଟ ଦାଖଲ କରିଛନ୍ତି, ସେଥିରେ ମୋ ନାଁ ନାହିଁ। ସିବିଆଇ ଓ ଇଡିର ଚାର୍ଜଶିଟରୁ ସ୍ପଷ୍ଟ ହୋଇଛି ଯେ ଅବକାରୀ ନୀତିରେ କୌଣସି ଦୁର୍ନୀତି ହୋଇନି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story