Advertisment

କେଉଁଠୁ ଆସିଲା ଏମିତି ପକ୍ଷୀ?

ରାଉରକେଲା ସିଭିଲ ଟାଉନସିପ ଅଞ୍ଚଳରେ ବସବାସ କରୁଥିବା ରାଜେଶ ବାନାର୍ଜିଙ୍କ ଘରୁ ଏକ ବିରଳ ପ୍ରଜାତିର ପକ୍ଷୀ ଉଦ୍ଧାର ହୋଇଛି। ସେହି ପକ୍ଷୀଟି କେଉଁଆଡୁ ଉଡ଼ିଆସି ଘରେ ପହଞ୍ଚିଥିଲା। ରାଜେଶ ଏ ପକ୍ଷୀଟିକୁ ଘରେ ରଖି ବନ ବିଭାଗକୁ ଖବର ଦେଇଥିଲେ। ରାଜେଶଙ୍କ ପୂରା ପରିବାର ଏ ପକ୍ଷୀଙ୍କ ବିଷୟରେ ଜାଣିବା ପାଇଁ ୟୁଟୁବ, ଗୁଗୁଲରେ ରାତିସାରା ସର୍ଚ୍ଚ କରି ପକ୍ଷୀଟି ବିରଳ ପ୍ରଜାତିର ବୋଲି ଜାଣିବାକୁ ପାଇଥିଲେ। ବନବିଭାଗ କର୍ମଚାରୀ ପକ୍ଷୀଟିକୁ ଆଣି ଡିଏଫଓ ଅଫିସରେ […]

author-image
Debendra Prusty
କେଉଁଠୁ ଆସିଲା ଏମିତି ପକ୍ଷୀ?

rare bird

ରାଉରକେଲା ସିଭିଲ ଟାଉନସିପ ଅଞ୍ଚଳରେ ବସବାସ କରୁଥିବା ରାଜେଶ ବାନାର୍ଜିଙ୍କ ଘରୁ ଏକ ବିରଳ ପ୍ରଜାତିର ପକ୍ଷୀ ଉଦ୍ଧାର ହୋଇଛି। ସେହି ପକ୍ଷୀଟି କେଉଁଆଡୁ ଉଡ଼ିଆସି ଘରେ ପହଞ୍ଚିଥିଲା। ରାଜେଶ ଏ ପକ୍ଷୀଟିକୁ ଘରେ ରଖି ବନ ବିଭାଗକୁ ଖବର ଦେଇଥିଲେ। ରାଜେଶଙ୍କ ପୂରା ପରିବାର ଏ ପକ୍ଷୀଙ୍କ ବିଷୟରେ ଜାଣିବା ପାଇଁ ୟୁଟୁବ, ଗୁଗୁଲରେ ରାତିସାରା ସର୍ଚ୍ଚ କରି ପକ୍ଷୀଟି ବିରଳ ପ୍ରଜାତିର ବୋଲି ଜାଣିବାକୁ ପାଇଥିଲେ। ବନବିଭାଗ କର୍ମଚାରୀ ପକ୍ଷୀଟିକୁ ଆଣି ଡିଏଫଓ ଅଫିସରେ ରଖିଛନ୍ତି। ଭେଟେନାରୀ ଡାକ୍ତରଙ୍କ ଚିକିତ୍ସା ପରେ ପକ୍ଷୀକୁ ସୁରକ୍ଷିତ ସ୍ଥାନରେ ଛଡ଼ାଯିବ ବୋଲି ଡିଏଫ କହିଛନ୍ତି।

Advertisment

Rourkela Rare Bird Rare Bird