ଆସନ୍ତାକାଲିଠାରୁ କେବଳ ୨୦୦୦ ଟଙ୍କାର ଅଚଳ ନୋଟ୍ ବଦଳାଇ ହେବ

thousandrupee

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଦିନକୁ ଜଣେ କେବଳ ୨୦୦୦ ଟଙ୍କାର ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍  ବଦଳାଇ ପାରିବେ। ଆଜି କେନ୍ଦ୍ର ଅର୍ଥ ସଚିବ ଶକ୍ତିକାନ୍ତ ଦାସ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି,“ବ୍ୟାଙ୍କ କାଉଣ୍ଟରରେ ଅଚଳ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ବଦଳାଇବାକୁ ଅଧିକରୁ ଅଧିକ ଲୋକଙ୍କୁ ସୁଯୋଗ ଦେବା ପାଇଁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଆଜି ସୁଦ୍ଧା ଲୋକେ ୪,୫୦୦ ଟଙ୍କାର ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ବଦଳାଇପାରିବେ। ଆସନ୍ତାକାଲିଠାରୁ କେବଳ ୨୦୦୦ ଟଙ୍କାର ଅଚଳ ନୋଟ୍ ବଦଳା ଯାଇପାରିବ।”

ଅର୍ଥ ସଚିବ କହିଛନ୍ତି,“ସରକାରଙ୍କ ପାଖରେ ନଗଦ ଅର୍ଥର ଅଭାବ ନାହିଁ।”

ଟଙ୍କା ବଦଳାଇବା ସୁବିଧାକୁ ଅଧିକ ଧର ବ୍ୟବହାର କରୁଥିବା ଲୋକଙ୍କୁ ଚିହ୍ନଟ କରିବାକୁ ଗତକାଲିଠାରୁ ସରକାର ସେମାନଙ୍କ ଆଙ୍ଗୁଳିରେ କାଳି ଲଗାଇବାକୁ ନିର୍ଦ୍ଦେଶ ଦେବା ପରେ ଆଜି ଏଭଳି ଏକ ନିଷ୍ପତ୍ତି ଶୁଣାଇଛନ୍ତି।

Previous ArticleNext Article

Send this to a friend