ଲଞ୍ଚ୍ ହେଲା iPhone X: ଜାଣନ୍ତୁ ଏଥିରେ କ’ଣ ରହିଛି ଫିଚର, ଭାରତରେ କେବେ ହେବ ଲଞ୍ଚ

Apple-iPhoneX

iPhoneକୁ ୧୦ ବର୍ଷ ପୂରିଛି। ଏହାର ଚାହିଦା ଦିନକୁ ଦିନ ବଢ଼ୁଥିବାରୁ ଏହି ଅବସରରେ ଆପ୍‌ଲ କମ୍ପାନୀ iPhone X ଲଞ୍ଚ କରିଛି। ଏହାଛଡ଼ା iPhone 8 ଓ iPhone 8 Plus ମଧ୍ୟ ଲଞ୍ଚ ହୋଇଛି। ଆସନ୍ତୁ ଦେଖିବା iPhone X ଫୋନ୍‌ରେ କ’ଣ ରହିଛି ଫିଚର।

iPhone Xର ବିଶେଷତ୍ୱ

  • ଏଥିରେ ରହିଛି ଏଜ୍‌-ଟୁ-ଏଜ୍ ଡିସପ୍ଲେ
  • ଫେସିଆଲ୍‌ ରେକଗନାଇଜେସନ ଅନ୍‌ଲକ୍‌ (ଆପଣଙ୍କ ଚେହେରାକୁ ଚିହ୍ନି ଲକ୍‌ ଖୋଲିବ। ଅନ୍ଧାରରେ ମଧ୍ୟ ଆପଣଙ୍କ ଚେହେରା ଚିହ୍ନି ପାରିବ)
  • ଉଭୟ ଫ୍ରଣ୍ଟ୍ ଓ ବ୍ୟାକ୍‌ରେ ଦିଆଯାଇଛି ଗ୍ଲାସ୍ ଡିଜାଇନ
  • ସର୍ଜିକାଲ ଗ୍ରେଡ୍‌ ଷ୍ଟେନଲେସ୍ ଷ୍ଟିଲ ବର୍ଡର
  • ଓ୍ୱାଟର ରେଜିଷ୍ଟାଣ୍ଟ୍
  • ଏହାର ସ୍କ୍ରିନ୍ ୫.୮ ଇଞ୍ଚ
  • ୨୪୩୬x୧୧୨ ରିଜୋଲ୍ୟୁସନ
  • ୧୨ ମେଗା ପିକ୍ସେଲର ଡୁଆଲ କ୍ୟାମେରା
  • 4k ଭିଡିଓ ରେକର୍ଡିଂ ଅପସନ୍
  • A11 ଚିପ୍ ସେଟ୍ (ଦୁଇଟି ପରଫର୍ମାନ୍ସ କୋର, ୪ଟି ଏଫିସିଏନ୍ସି କୋର,ପୁରୁଣା ଆପଲ୍‌ର ଜିପିୟୁ ମଧ୍ୟ ଦିଆଯାଇଛି)
  • ଏୟାରପାଓ୍ୱାର (ଓ୍ୱାୟାରଲେସ୍ ଚାର୍ଜିଂ ଫିଚର)
  • ବ୍ଲୁ ଟୁଥ୍ ୫.୦

iPhone Xରେ ହୋମ ବଟନ ଦିଆଯାଇ ନାହିଁ। ଫୋନକୁ ଉପର ଆଡକୁ ସ୍ୱାଇପ କଲେ ହୋମ୍‌ ବଟନର ବ୍ୟବହାର କରିପାରିବେ। ଏହାର ଦାମ୍ ୯୯୯ ଡଲାର ରହିଛି। ଯେଉଁଥିରେ ୬୪ ଜିବି ମେମୋରି ଭ୍ୟାରିଆଣ୍ଟ୍ ରହିଛି। ଅନ୍ୟ ଭ୍ୟାରିଆଣ୍ଟ ଟି-୨୫୬ଜିବି ରହିଛି। ଯାହାର ଦାମ୍ ୧,୧୪୯ ଡଲାର ରହିଛି। କମ୍ପାନୀର ସୂଚନା ଅନୂଯାୟୀ ୨୭ ଅକ୍ଟୋବରରୁ ପ୍ରିଅର୍ଡର ଆରମ୍ଭ ହେବ। ଏହାର ବିକ୍ରି ୩ ନଭେମ୍ବରରୁ ଆରମ୍ଭ ହେବ। ଭାରତରେ iPhone X ନଭେମ୍ବର ୩ରେ ଲଞ୍ଚ୍ ହେବ। ଏହାର ଦାମ୍ ୮୯,୦୦୦ଟଙ୍କା ରହିବ।

Previous ArticleNext Article

Send this to a friend