ଆଳି: ୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ବିଡିଓ

aul-bdo

ଆଳି: ଭିଜିଲାନ୍ସ ଜାଲରେ ପଡିଛନ୍ତି ଆଳି ରାଜକନିକା ବିଡିଓ ରମେଶ ବେହେରା। ଏକ ରାସ୍ତା କାମର ବିଲ୍‌ ପାସ୍‌ କରିବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଗିରଫ କରିଛନ୍ତି। ସିଓପଡ଼ାର ପୂର୍ବତନ ସରପଞ୍ଚଙ୍କଠାରୁ ରମେଶ ଏହି ଲାଞ୍ଚ ନେଉଥିଲେ।

ରମେଶଙ୍କୁ ଗିରଫ କରିବା ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ କଟକ ସ୍ଥିତ ତାଙ୍କ ବାସଭବନରେ ଚଢାଉ କରାଯାଇଛି। ସେଠାରୁ ନଗଦ ଟଙ୍କା, ବ୍ୟାଙ୍କ ଆକାଉଣ୍ଟ, ଗହଣା ସହ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି। ଏହାସହ ରାଜକନିକା ସ୍ଥିତ ତାଙ୍କ କାର୍ଯ୍ୟାଳୟରେ ମଧ୍ୟ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଛି।

Previous ArticleNext Article

Send this to a friend