ଦେବଗଡ଼ରେ ଯାତ୍ରାପାର୍ଟି ବସ୍ ଦୁର୍ଘଟଣା ମାମଲା: ଗାଡ଼ି ମାଲିକ ଗିରଫ

dabagrah

ଦେବଗଡ଼: ଦେବଗଡ଼ ଗଇଲୋ ଘାଟିରେ ଯାତ୍ରାପାର୍ଟି ବସ୍ ଦୁର୍ଘଟଣା ମାମଲାରେ ବସ୍ ମାଲିକ ତପନ ମହାନ୍ତିଙ୍କୁ ଅନୁଗୋଳରୁ ଗୁରୁବାର ଦେବଗଡ଼ ପୋଲିସ୍ ଗିରଫ କରିଛି। ବସ୍‌ଟିର ଫିଟ୍‌ନେସ୍‌ ଓ ପରମିଟ୍‌ ସାଙ୍ଗକୁ ଅନ୍ୟ କାଗଜପତ୍ର ବୈଧ ନ ଥିବା ସତ୍ତ୍ୱେ ତପନ ଗାଡ଼ି ଚଳାଉଥିବା ନେଇ ମାମଲା ରୁଜୁ ହୋଇଥିଲା।

ଗତମାସ ୧୭ ତାରିଖରେ  ଦେବଗଡ଼ରୁ ଯାତ୍ରା ସାରି ଭାରତୀ ଗଣନାଟ୍ୟର ୩୮ରୁ ଅଧିକ କଳାକାର ଓ ଟେକନିସିଆନ୍ ଉକ୍ତ ବସରେ ଫେରୁଥିବା ବେଳେ ବସଟି  ଗଇଲୋ ଘାଟିରେ ଭାରସାମ୍ୟ ହରାଇ ୩୦୦ ଫୁଟ ତଳକୁ ଖସି ପଡିଥିଲା। ଏଥିରେ ଯାତ୍ରାପାର୍ଟି ମାଲିକଙ୍କ ସମେତ ୨୭ ଜଣ କଳାକାରଙ୍କ ମୃତ୍ୟୁ ଘଟିଥିଲା।

Previous ArticleNext Article

Send this to a friend