ରାୟଗଡ଼ା: ନିଳାଦ୍ରୀ ସାମନ୍ତରାୟ ଅପହରଣ ଘଟଣାରେ ୫ ଗିରଫ

giraf

ରାୟଗଡ଼ା: ନକ୍ସଲ ପରିଚୟ ଦେଇ ଠିକାଦାରଙ୍କ ପିତା ନିଳାଦ୍ରୀ ସାମନ୍ତରାୟଙ୍କୁ ଅପହରଣ ଘଟଣାରେ ପୋଲିସ୍ ଆଜି ୫ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ପୋଲିସ୍ ୩ଟି ଦେଶୀ ବନ୍ଧୁକ, ଗୋଟିଏ ମାରୁତି କାର୍ ଓ ବାଇକ୍‌ ସମେତ ବହୁ ମାରଣାସ୍ତ୍ର ଜବତ କରିଛି।

ଗତ ୧୨ ତାରିଖରେ ରାୟଗଡ଼ା ନିକଟସ୍ଥ ମାଳିପଡ଼ା ଫାର୍ମ ହାଉସ୍‌ରୁ ନିଳାଦ୍ରୀଙ୍କୁ ଅପହରଣ କରି ଅପହରଣକାରୀମାନେ ୫ କୋଟି ଟଙ୍କା ଦାବି କରିଥିଲେ।

ସେହିପରି ଅନ୍ୟାନ୍ୟ ଡକାୟତି ମାମଲାରେ ୪ ଜଣଙ୍କୁ ପୋଲିସ୍ ଗିରଫ କରିଥିବା ରାୟଗଡ଼ା ଏସ୍‌ପି କହିଛନ୍ତି।

Previous ArticleNext Article

Send this to a friend