ରାଉରକେଲା: ଚୋର ଦଳର ୩ ଗିରଫ

Rkl-loot

ରାଉରକେଲା: ରାଉରକେଲାର ବିଭିନ୍ନ ଅଞ୍ଚଳରେ ଘର କବାଟ ତାଡ଼ି ଚୋରି କରୁଥିବା ଦଳର ୩ ଜଣ ସଦସ୍ୟଙ୍କୁ ଉଦିତନଗର ଥାନା ପୋଲିସ ଗିରଫ କରିଛି। ଅଭିଯୁକ୍ତମାନଙ୍କ ଠାରୁ ପୋଲିସ ୫ଟି ଏଲ୍‌ଇଡି ଓ ଏଲ୍‌ସିଡି ଜବତ କରିଛି।

ଘରେ  କେହି ନ ଥିବା ବେଳେ ଏହି ଚୋର ଦଳ କବାଟ ତାଡ଼ି ଚୋରି କରୁଥିଲେ। ଏହାସହ ଜନଗହଳି ପୂର୍ଣ୍ଣ ସ୍ଥାନରୁ ମୋବାଇଲ ଲୁଟୁ ଥିଲେ। ତେବେ ଏହି ଚୋର ଦଳର ମାଷ୍ଟର ମାଇଣ୍ଡ ଫେରାର ଅଛି। ତାକୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଯାଞ୍ଚ ଚଳାଇଛି।

Previous ArticleNext Article

Send this to a friend