ଆନନ୍ଦପୁର-ଭଦ୍ରକ ମଧ୍ୟରେ ବସ୍‌ ଚଳାଚଳ ବନ୍ଦ, ଯାତ୍ରୀ ହନ୍ତସନ୍ତ

bus

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳର ଜଣେ ବସ୍ ମାଲିକଙ୍କର ବସ୍‌କୁ ଚାଲିବା ପାଇଁ ସମୟ ଦିଆଯାଉ ନ ଥିବା ପ୍ରତିବାଦରେ ଗତ ତିନି ଦିନ ହେବ ଆନନ୍ଦପୁରରୁ ଭଦ୍ରକକୁ ବସ୍‌ ଚଳାଚଳ ବନ୍ଦ ରହିଛି। ଫଳରେ ଯାତ୍ରୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ପ୍ରତିଦିନ ଆନନ୍ଦପୁରରୁ ଭଦ୍ରକ ମଧ୍ୟରେ ପ୍ରାୟ ୩୫ଟି ବସ୍ ଚଳାଚଳ କରିଥାଏ।

ଭଦ୍ରକ-ଆନନ୍ଦପୁର ବସ୍ ମାଲିକ ସଂଘ କିମ୍ୱା ଜିଲ୍ଲା ପ୍ରଶାସନ ବସ୍‌ ଚଳାଚଳକୁ ନେଇ କୌଣସି ଆଖି ଦୃଶିଆ ପଦକ୍ଷେପ ନେଉ ନ ଥିବା ଅଭିଯୋଗ ହୋଇଛି। ବସ୍ ଚଳାଚଳ ବନ୍ଦ ରହିଥିବାରୁ ଛୋଟ ଗାଡ଼ି ଗୁଡିକ ଚଢ଼ାଦରରେ ବିପଦଜନକ ଭାବେ ଲୋକଙ୍କୁ ନେବା ଆଣିବା କରୁଥିବା ଦେଖାଯାଉଛି।

Previous ArticleNext Article

Send this to a friend