କେନ୍ଦ୍ରାପଡ଼ା: ମଧ୍ୟାହ୍ନଭୋଜନ ଖାଇ ୩୪ ଛାତ୍ରଛାତ୍ରୀ ଅସୁସ୍ଥ

school-student

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଜଗନ୍ନାଥପୁର ଅନ୍ତର୍ଗତ ଆର୍ତ୍ତେଶ୍ୱର ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ଖାଇ ୩୪ ଛାତ୍ରଛାତ୍ରୀ ଅସୁସ୍ଥ ହୋପଡ଼ିଛନ୍ତି। ସେମାନଙ୍କୁ କେନ୍ଦ୍ରାପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଛାତ୍ରଛାତ୍ରୀମାନେ ମଧ୍ୟାହ୍ନଭୋଜନ ଖାଉଥିବା ବେଳେ ଜଣକ ତରକାରିରେ ସାଉଁବଳିଆ ବାହାରିଥିଲା। ଏହା ଜଣାପଡ଼ିବା ପରେ ପିଲାମାନଙ୍କୁ ଆଉ ମଧ୍ୟାହ୍ନଭୋଜନ ଖାଇବାକୁ ଦିଆ ନ ଯାଇ ଘରକୁ ପଠାଇ ଦିଆଯାଇଥିଲା। ତେବେ ଏହି ଘଟଣା ଜଣାପଡ଼ିବା ବେଳକୁ କିଛି ପିଲା ମଧ୍ୟାହ୍ନଭୋଜନ ଖାଇ ସାରିଥିଲେ। ସେମାନେ ଘରେ ପହଞ୍ଚିବା ପରେ ପାଟି ଓ ଦେହ କୁଣ୍ଡାଇ ହେବା ସହ ବାନ୍ତି କରିଥିଲେ। ଏ ସମ୍ପର୍କରେ ସ୍କୁଲ କର୍ତ୍ତୃପକ୍ଷ ଜାଣିବା ପରେ ୧୦୮ ଆମ୍ୱୁଲାନ୍ସରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏବେ ପିଲାମାନେ ସୁସ୍ଥ ଥିବା ଜଣାପଡ଼ିଛି।

Previous ArticleNext Article

Send this to a friend