ଆଇନ୍‌ଜୀବୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ: କୋର୍ଟ କାର୍ଯ୍ୟ ଠପ୍‌

nn-2-1

ଭୁବନେଶ୍ୱର: ଆଜି ଆଇନ୍‌ଜୀବୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଜାତୀୟ ଲ’ କମିଶନଙ୍କ ପକ୍ଷରୁ ଆଡ୍‌ଭୋକେଟ୍‌ ଆକ୍ଟ ୧୯୬୧ ସଂଶୋଧନ ପ୍ରସ୍ତାବକୁ ବିରୋଧ କରି ଆଇନ୍‌ଜୀବୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି। ଫଳରେ ହାଇକୋର୍ଟ ସମେତ ରାଜ୍ୟର ସମସ୍ତ କୋର୍ଟରେ କାର୍ଯ୍ୟ ଠପ ହୋଇଯାଇଛି। କୋର୍ଟରେ କାମ ବନ୍ଦ ଯୋଗୁଁ ମହକିଲମାନେ ହଟ୍ଟହଟ୍ଟା ହୋଇଛନ୍ତି।

ଆସନ୍ତା ୨୨ ତାରିଖରେ ରାଜ୍ୟ ଆଇନ୍‌ଜୀବୀ ପରିଷଦ ପକ୍ଷରୁ ଏକ ଜାତୀୟ ଅଧିବେଶନ ଆୟୋଜନ କରାଯାଉଛି। ଯେଉଁଥିରେ ଆଇନ୍‌ଜୀବୀମାନେ ସେମାନଙ୍କ ପରବର୍ତ୍ତୀ କାର୍ଯ୍ୟପନ୍ଥା ସମ୍ପର୍କରେ ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି।

Previous ArticleNext Article

Send this to a friend