ଆସିଲା ‘ବାହୁବାଲୀ-୨’ର ନୂଆ ପୋଷ୍ଟର

jjj

ମୁମ୍ବାଇ: ରିଲିଜ୍ ହେଲା ‘ବାହୁବାଲୀ-୨’ର  ନୂଆ ପୋଷ୍ଟର। ଫିଲ୍ମର ନିର୍ଦ୍ଦେଶକ ଏସଏସ୍‌ ରାଜାମୌଲି ଆଜି ଏହି ପୋଷ୍ଟର ରିଲିଜ୍‌ କରିଛନ୍ତି।

ପୋଷ୍ଟରରେ ଦୁଇଟି ଭାଗ ରହିଛି। ଉପର ଭାଗରେ କଟ୍‌ପ୍ପା ଅମରେନ୍ଦ୍ର ବାହୁବଲୀକୁ ନିଜ ହାତରେ ଧରିଥିବା ଦେଖିବାକୁ ମିଳିଥିବା ବେଳେ ଅନ୍ୟଟିରେ  କଟ୍‌ପ୍ପା ବାହୁବଲୀକୁ ଖଣ୍ଡାରେ ମାରୁଥିବା ଦେଖିବାକୁ ମିଳିଛୁ।

ରାଜାମୌଲି ଟ୍ୱିଟରରେ ଏହି  ପୋଷ୍ଟର ସେୟାର କରି ଲେଖିଛନ୍ତି, “ଯେଉଁ ଛୁଆକୁ ସେ ବଡ଼ କଲା, ସେଇ ଲୋକକୁ ସେ ମାରି ଦେଲା।”

୨୦୧୫ରେ ରିଲିଜ୍ ହୋଇଥିବା ‘ବାହୁବଲୀ’  ବଡ଼ ହିଟ୍ ହୋଇଥିଲା। ‘ବାହୁବଲୀ-୨’ କୁ ଦର୍ଶକ ଅପେକ୍ଷା କରି ରହିଛନ୍ତି।

 

Previous ArticleNext Article

Send this to a friend