ବଲିଉଡରେ ଏଣ୍ଟ୍ରି କରିବେ ଅମ୍ବାନୀଙ୍କ ଝିଅ ଈଶା

Karan-Johar

ମୁମ୍ବାଇ: ଭାରତର ନମ୍ବରୱାନ କୋଟିପତି ମୁକେଶ ଅମ୍ବାନିଙ୍କ ଝିଅ ଈଶା ଅମ୍ବାନୀ ଖୁବଶୀଘ୍ର ବଲିଉଡରେ ପାଦ ଥାପିବାକୁ ଯାଉଛନ୍ତି । ହେଲେ ଅଭିନେତ୍ରୀ ନୁହେଁ ପ୍ରଯୋଜିକା ହିସାବରେ ସେ ବଲିଉଡରେ ଏଣ୍ଟ୍ରି ମାରିବେ । ଶୁଣିବାକୁ ମିଳୁଛି ଈଶା କରନ୍ ଜୋହରଙ୍କ ସହିତ ମିଶି ‘ବ୍ୟାଟେଲ ଅଫ ସାରାଗଡ଼ି’ ନାମକ ଫିଲ୍ମ ପ୍ରଡ୍ୟୁସ କରିବାକୁ ଯାଉଛନ୍ତି । ପୂର୍ବରୁ ସଲମାନ ଖାନ କରନଙ୍କ ସହ ମିଶି ଏହି ଫିଲ୍ମକୁ  ନିର୍ମାଣ କରିବାର ଥିଲା । କିନ୍ତୁ ପରେ ସଲମାନ ଏହି ପ୍ରୋଜେକ୍ଟରୁ ଓହରି ଯାଇଥିଲେ ।

ଏ ନେଇ କିଛି ଦିନ ପୂର୍ବୁର କରନ ଜୋହରଙ୍କ ସହ ଈଶା ଅମ୍ବାନିଙ୍କ ଏକ ବିଶେଷ ସାକ୍ଷାତକାର ହୋଇଥିଲା। ଆଲୋଚନା ପରେ ଈଶାଙ୍କୁ ଏହି ପ୍ରୋଜେକ୍ଟ ଖୁବ୍ ଭଲ ଲାଗିଥିଲା । ସେଥିପାଇଁ ସଲମାନଙ୍କ ସ୍ଥାନରେ ସେ ନିଜେ ଏହାକୁ ପ୍ରଡ୍ୟୁସ କରିବାକୁ ରାଜି ହୋଇଥିବା ଶୁଣିବାକୁ ମିଳୁଛି । ଫିଲ୍ମଟି ୧୮୯୭ ମସିହା ସେପ୍ଟେମ୍ବର ୧୨ରେ ସାରାଗଡ଼ି ଯୁଦ୍ଧକୁ ନେଇ ତିଆରି ହେବ । ଏଥିରେ ମୁଖ୍ୟ ଭୂମିକାରେ ଅକ୍ଷୟ କୁମାର ଅଭିନୟ କରୁଛନ୍ତି ଖିଲାଡ଼ି କୁମାର ଅକ୍ଷୟ । ତାଙ୍କ ସହିତ ରାଜକୁମାର ସନ୍ତୋଶୀ ଓ ଅଜୟ ଦେବଗନ ଏହି ଫିଲ୍ମରେ ଅଭିନୟ କରିବେ ।

ଭାରତର ନମ୍ବର ୱାନ କୋଟିପତି ମୁକେଶ ଅମ୍ବାନୀଙ୍କ ଝିଅ ହେଉଛନ୍ତି ଇଶା ଅମ୍ବାନୀ । 1991 ମସିହାରେ ଜନ୍ମଗ୍ରହଣ କରିଥିବା ଈଶା ଆମେରିକାର ୟାଲି ୟୁନିଭର୍ସିଟିରୁ ସାଇକୋଲୋଜି ଓ ସାଉଥ ଏସିଆନ ଷ୍ଟଡିରେ ଗ୍ରାଜୁଏସନ ପାସ କରିଛନ୍ତି । ଅକ୍ଟୋବର 2014 ମସିହା ଠାରୁ ସେ ରିଲାଏନ୍ସ ରିଟେଲ ଓ ଜିଓ କମ୍ପାନୀର ବୋର୍ଡ ଅଫ ଡାଇରେକ୍ଟର ପଦ ସମ୍ଭାଳୁଛନ୍ତି ।

 

Previous ArticleNext Article

Leave a Reply

Your email address will not be published. Required fields are marked *

Send this to a friend