୧୯ ବର୍ଷ ପରେ ପୁଣି ଏକାଠି ହେବେ ଏମାନେ

saharukh

ମୁମ୍ବାଇ: ଦର୍ଶକଙ୍କ ପାଇଁ ଖୁସି ଖବର। ଦୀର୍ଘ ୧୯ ବର୍ଷ ପରେ ପୁଣି ଏକାଠି ହେବେ ଶାହାରୁଖ୍, ରାଣୀ ମୁଖାର୍ଜୀ ଓ କାଜୋଲ। ଏହି ତିନି ଜଣଙ୍କୁ ଏକାଠି ସୁପରହିଟ୍‌ ଫିଲ୍ମ ‘କୁଛ୍‌ କୁଛ୍‌ ହୋତା ହୈ’ରେ ଦେଖିବାକୁ ମିଳିଥିଲା। ଦର୍ଶକେ ଏହି ତ୍ରିକୋଣୀୟ ପ୍ରେମ କାହାଣୀକୁ ବେଶ୍ ପସନ୍ଦ କରିଥିଲେ। ଆଉ ତା’ର ପ୍ରତିଟି ଗୀତ ଆଜି ବି ସିନେ ଦର୍ଶକ ଗୁଣୁ ଗୁଣାନ୍ତି। ସେଥିରେ ସଲମାନଙ୍କର ମଧ୍ୟ ଜବରଦସ୍ତ ନାଚ ଦେଖିବାକୁ ମିଳିଥିଲା।

ଜଣାଶୁଣା ନିର୍ଦ୍ଦେଶକ ଆନନ୍ଦ ଏଲ୍‌ ଶାହାରୁଖ୍‌ଙ୍କୁ ନେଇ ଏକ ଫିଲ୍ମ ବନାଉଛନ୍ତି। ସେଥିରେ କାଜୋଲ ଓ ରାଣୀ ମୁଖାର୍ଜୀଙ୍କୁ ଅତିଥି କଳାକାର ଭାବେ ଦେଖିବାକୁ ମିଳିବ। ସବୁଠୁ ବଡ କଥା ହେଉଛି ଏହି ଫିଲ୍ମରେ ସଲମାନ ମଧ୍ୟ ନଜର ଆସିବେ। ସେ ଶାହାରୁଖ୍‌ଙ୍କ ସହ ଏକ ଡ୍ୟାନ୍ସ ନମ୍ବର କରୁଥିବାର ନଜର ଆସିବେ।

Previous ArticleNext Article

Send this to a friend