ସଞ୍ଜୟ ଦତ୍ତଙ୍କ ଭଳି ଆକ୍ଟିଂ… ନା… ନା…ନା: ଶାହାରୁଖ୍

sanjay

ମୁମ୍ବାଇ: ସଞ୍ଜୟ ଦତ୍ତଙ୍କ ଅଭିନୀତ ‘ମୁନ୍ନଭାଇ ଏମ୍‌ବିବିଏସ୍‌’ ଫିଲ୍ମ କାହାକୁ ବା ଭଲ ନ ଲାଗେ। ଜାଣିଛନ୍ତି ସଞ୍ଜୟ ଦତ୍ତ ଯେଉଁ ଭୂମିକାରେ ଅଭିନୟ କରିଥିଲେ ପ୍ରଥମେ ସେହି ଭୂମିକାଟି ପାଇଁ ଶାହାରୁଖ ଖାନଙ୍କୁ ଅଫର ଦେଇଥିଲେ ପ୍ରଯୋଜକ ବିଧୁ ବିନୋଦ ଚୋପ୍ରା। ଶାରୀରିକ ଅସୁସ୍ଥତା ଦର୍ଶାଇ ଶାହାରୁଖ ଏହି ଅଫରଟିକୁ ଗ୍ରହଣ କରି ନ ଥିଲେ। ଆଉ ପରେ ଯାହା ଘଟିଲା ତାହା ସମସ୍ତେ ଜାଣିଛନ୍ତି। ଧୁମ୍ ମଚାଇ ଦେଲା ‘ମୁନ୍ନାଭାଇ ଏମ୍‌ବିବିଏସ୍‌’। ଏଥିରେ ସଞ୍ଜୟଙ୍କ ଅଭିନୟ ଓ ଡାଏଲଗ୍‌ ଉଚ୍ଚ ପ୍ରଶଂସିତ ହୋଇଥିଲା। ଗତକାଲି ସନ୍ଧ୍ୟାରେ ଏକ ହସ୍‌ପିଟାଲ୍‌ର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଶାହାରୁଖ ମଧ୍ୟ ସଞ୍ଜୟଙ୍କ ଅଭିନୟକୁ ତାରିଫ୍ କରିଥିଲେ। ଖାଲି ତାରିଫ୍ କରି ନ ଥିଲେ, ଏହା ବି କହିଥିଲେ ଯେ ସେ ନିଜେ ବି ସଞ୍ଜୁ ବାବାଙ୍କ ଭଳି ଅଭିନୟ କରି ପାରି ନ ଥାଆନ୍ତେ।

Previous ArticleNext Article