ମାଆ ହେବେ ସୋହା, ସ୍ପଷ୍ଟ କଲେ ସ୍ୱାମୀ

sohakunal

ମୁମ୍ବାଇ:  ସୋହା ଅଲ୍ଲୀ ଖାନ୍‌ଙ୍କ ସଂପର୍କୀୟ ଓ ଫ୍ୟାନ୍‌ଙ୍କ ପାଇଁ ଖୁସି ଖବର। ସୈଫ ଅଲ୍ଲୀ ଖାନଙ୍କ ଭଉଣୀ ‌‌ସୋହା ମାଆ ହେବାକୁ ଯାଉଛନ୍ତି।  ସୋହାଙ୍କ ସ୍ୱାମୀ କୁନାଲ ଖେମୁ ଏକ ଏଣ୍ଟରଟେନ୍‌ମେଣ୍ଟ୍‌ ୱେବ୍‌ସାଇଟ୍‌ ସହ କଥାବାର୍ତ୍ତା ବେଳେ ଏହା ସ୍ପଷ୍ଟ କରିଛନ୍ତି।

ସେ କହିଛନ୍ତି,“ସୋହା ମାଆ ହେବାକୁ ଯାଉଛନ୍ତି।  ମୁଁ ଓ ସୋହା ଏହା ଘୋଷଣା କରି ବହୁତ ଖୁସି  ଅନୁଭବ କରୁଛୁ ଯେ ଆମେ ପ୍ରଥମ ଥର ପାଇଁ ବାପାମା’ ହେବାକୁ ଯାଉଛୁ।  ମୁଁ ନିଜକୁ ଭାଗ୍ୟଶାଳୀ ଅନୁଭବ କରୁଛି।  ଶୁଭେଚ୍ଛା ଜଣାଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ।” ’

ଖବର ଅନୁଯାୟୀ ଚଳିତ ବର୍ଷ ଡିସେମ୍ବରରେ ସୋହାଙ୍କ ଡେଲିଭରି ହୋଇପାରେ।

ସିନେ ପ୍ରେମୀମାନେ ଜାଣିଥିବେ ଯେ ଗତବର୍ଷ ଡିସେମ୍ବରରେ ସୋହାଙ୍କ ଭାଉଜ ତଥା ସୈଫଙ୍କ ପତ୍ନୀ କରିନା କପୁର ପୁଅ ତୈମୁରଙ୍କୁ ଜନ୍ମ କରିଥିଲେ।  ଏବେ କରିନାଙ୍କଠାରୁ ଟିପ୍ସ ନେଉଛନ୍ତି ସୋହା।

Previous ArticleNext Article

Send this to a friend