ବାହୁବଳୀ ପାଇଁ ଭରପୂର ଉତ୍କଣ୍ଠା: ଧାଡ଼ି ଲାଗିଲା ୩ କିମି

b11111

ହାଦ୍ରାବାଦ:ପ୍ରତିକ୍ଷାର ଅନ୍ତଘଟାଇ ଆସନ୍ତା କାଲି ପରଦାକୁ ଆସୁଛି ବାହୁବଳୀ-୨।  ବଲିଉଡର ହାଇବଜେଟ ଫିଲ୍ମ  କୁହାଯାଉଥିବା ବାହୁବଳୀ-୨ ରିଲିଜ୍ ପୂର୍ବରୁ ଦର୍ଶକଙ୍କୁ ପାଗଳ କରେଦେଇଛି।  ଏପରିକି ରିଲିଜ୍‌ର ୪୮ ଘଣ୍ଟା ପୂର୍ବରୁ ଟିକେଟ ପାଇଁ ଲାଗିଲା ଲମ୍ବା ଲାଇନ।

ହାଇଦ୍ରାବାଦର କେତେକ ସିନେମା ହଲ ସାମ୍ନାରେ ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।  ଏପରିକି  ଟିକେଟ ନ ମିଳିବାରୁ କିଛି ଦର୍ଶକ ଏ ହଲରୁ ସେ ହଲକୁ  ଧାଇଁଥିଲେ।  ହାଇଦ୍ରାବାଦର ପ୍ରସାଦ ଆଇମେକ୍ସ ଥିଏଟର ଆଗରେ ଟ୍ରାଫିକ୍‌ ଜାମ ହୋଇଥିବା ଦେଖିବାକୁ ମିଳିଛି।

ଏଠି ଟିକେଟ ନେବାକୁ ୩ କିମି ପର୍ଯ୍ୟନ୍ତ ଲାଇନଲାଗିଥିଲା।  ଏଥିପାଇଁ ସହରର ମୁଖ୍ୟ ରାସ୍ତା ଜାମ ହୋଇପଡ଼ିଛି। ୟୁଟ୍ୟୁବ୍‌ରେ ଏହି ଚଳଚ୍ଚିତ୍ରର ଗୋଟିଏ ପରେ ଗୋଟିଏ ଝଲକ ଆସିବା ପରେ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ବଢିଯାଇଛି। ଏପରିକି ଫାଷ୍ଟ ସୋ’ ଦେଖିବାକୁ ସବୁଠି ଟଣାଓଟରା ପରିସ୍ଥିତି। ସେହିପରି ଅନଲାଇନରେ ମଧ୍ୟ ଜୋରସୁରେ ଟିକେଟ ବିକ୍ରି ହେଉଛି।

Previous ArticleNext Article

Send this to a friend