ସାଥୀଙ୍କୁ କିପରି କରିବେ ଖୁସି: ପଢିଲେ ଜାଣିବେ ନିବିଡ଼ ସମ୍ପର୍କର ମୂଳମନ୍ତ୍ର

love

ପ୍ରେମ ସବୁଠୁ ଅମୂଲ୍ୟ । ପ୍ରତ୍ୟେକ ମଣିଷର ଜୀବନରେ ପ୍ରେମ ଏକ ନୂଆ ଅନୁଭବ ଆଣିଥାଏ। ହେଲେ ସମ୍ପର୍କକୁ ସୁମଧୁର କରିବା ପାଇଁ ଏହି ସବୁ  ଦିଗ ଉପରେ ଧ୍ୟାନ ଦେବା ଜରୁରୀ।

ବିଶ୍ୱାସ: ପ୍ରେମରେ ବିଶ୍ୱାସ ରହିବା ନିତ୍ୟାନ୍ତ ଆବଶ୍ୟକ। ଯଦି ପ୍ରେମରେ ବିଶ୍ୱାସ ନ ରୁହେ ତେବେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ। ଉଭୟ ଉଭୟଙ୍କୁ ବିଶ୍ୱାସ କରିବା ଦ୍ୱାରା ସମ୍ପର୍କ ନିବିଡ଼ ହୋଇଥାଏ।

ସମ୍ମାନ: ପ୍ରେମରେ ଉଭୟ ଉଭୟଙ୍କୁ ସମ୍ମାନ ଦେବା ବି ଦରକରା। ସାଥୀଙ୍କୁ ସର୍ବଦା ପରିହାସ କରିବା କିମ୍ବା ଆସମ୍ମାନ କରିବା ଦ୍ୱାରା ସମ୍ପର୍କ ତିଷ୍ଠି ପାରେନି। ତେଣୁ ନିବିଡ଼ ସମ୍ପର୍କ ପାଇଁ ସାଥୀଙ୍କୁ ସମ୍ମାନ ଦେବା ଆବଶ୍ୟକ।

ଖୁସି: ପ୍ରେମରେ ଖୁସି ରହିବା ବି ଦରକାର। କାରଣ ଯଦି ଆପଣଙ୍କ ପ୍ରେମକୁ ନେଇ ଖୁସି ନାହାନ୍ତି ତେବେ ସମ୍ପର୍କ ଭଙ୍ଗିଯିବାର ସମ୍ଭାବନା ଥାଏ। ତେଣୁ ପ୍ରେମିକା କିମ୍ବା ଜୀବନ ସାଥୀ ସହ  ଖୁସି ରହିବାକୁ ଚେଷ୍ଟା କରନ୍ତୁ।

ଗୁରୁତ୍ୱ: ପ୍ରେମରେ ଉଭୟ ଉଭୟଙ୍କୁ ଗୁରୁତ୍ୱ ଦେବା ଆବଶ୍ୟକ। ଏହାସହ ଆପଣ ସାଥୀଙ୍କ ପସନ୍ଦ ଓ ନାପସନ୍ଦକୁ ଜାଣିବାକୁ ଚେଷ୍ଟା କରି ସେହି ଅନୁସାରେ କାମ କରନ୍ତୁ।

ସ୍ୱାଧୀନତା: ପ୍ରତ୍ୟେକ ମଣିଷ ଚହାନ୍ତିଁ ସ୍ୱାଧୀନ ଭାବେ ବଞ୍ଚିବାକୁ। ତେଣୁ ପ୍ରେମରେ ମଧ୍ୟ ନିଜ ସାଥୀଙ୍କୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦେବା ଆବଶ୍ୟକ। ସବୁ କଥାରେ ସାଥୀଙ୍କୁ ବାରଣ କରନ୍ତୁ ନାହିଁ।

ସେକ୍ସ: ସମ୍ପର୍କରେ ସେକ୍ସର ଗୁରୁତ୍ୱପୂର୍ଣ୍ଣ ଭୁମିକା ରହିଛି। ଉଭୟଙ୍କ ସହମତିରେ ସେକ୍ସ ହେବା ଆବଶ୍ୟକ। ସାଥୀଙ୍କ ଇଛା ବିରୋଧରେ ସେକ୍ସ କରିବା ଦ୍ୱାରା ସମ୍ପର୍କରେ ଫାଟ ସୃଷ୍ଟି ହୁଏ। ତେଣୁ ସେକ୍ସ କରିବା ସମୟରେ ସାଥୀଙ୍କ ପସନ୍ଦ ଓ ନାପସନ୍ଦ ଜାଣି ରଖନ୍ତୁ ।

SHARE THIS

RELATED ARTICLES

LEAVE COMMENT