ଶେଷ ଅନୁରୋଧ

ଶେଷ ଅନୁରୋଧ

ତୃପ୍ତି ରଥ

ମା ମୋର ମନ ଆଜି ବିକଳ ହେଉଛି

ବିଦାୟ ନେବା ପୂର୍ବରୁ ତୋ ପାଦ ଖୋଜୁଛି ।

ମନ ପଡେ ତୋର ସ୍ନେହ ତୋର ସେହି ଗେହ୍ଲା

ପୁରା କରୁ ସବୁ କଥା ନକରୁ ତୁ ଢିଲା ।

କେମିତି କହିବି ମା’ଲୋ ହେଲି ତୋଠୁ ଦୂର

ଅସହ୍ୟ ଯନ୍ତ୍ରଣାରେ ଆଜି ପ୍ରାଣ ଗଲା ମୋର।

ଫେରୁଥିଲି କଲେଜରୁ ଘରକୁ ମୁଁ ଆଜି

ଘେରିଗଲେ କେତେ ପିଲା ନପାରିଲି ହେଜି।

କାକୁତି ମୀନତି ମୁହିଁ ବହୁତ ଯେ ହେଲି

ନଶୁଣିଲେ କଥା ମୋର ଧରୁଥିଲେ ଖାଲି।

ଟେକିନେଲେ ମତେ ସେ ଯେ ହାତ ଗୋଡ ବାନ୍ଧି

ବଞ୍ଚାଇ ନପାରି ନିଜକୁ ହୋଇଗଲି ଛନ୍ଦି।

ନରଭକ୍ଷୀ ରାକ୍ଷାସ କି ମାଂସାସୀ କୁକୁର

ଖିନଭିନ୍ କରୁଥିଲେ ଶରୀରକୁ ମୋର।

ଗୋଟେ ଗୋଟେ ମୁହୁର୍ତ୍ତ ଯେ ଲାଗେ ବର୍ଷ ଭଳି

ମଜା ନେଉଥିଲେ ସେ ଯେ କରି ପାଳି ପାଳି।

ବିକଳେ ଡାକୁଥିଲି ମୁଁ ଯେ ତୁମ ସମସ୍ତଙ୍କୁ

କାଳ ଘେରିଗଲା ମତେ ଡାକ କି ଶୁଭିବ ତୁମକୁ ?

ତେତିଶି କୋଟି ଦେବତା ସଭିଙ୍କୁ ଡାକିଲି

ପ୍ରାଣ ବାୟୁ ଶୀଘ୍ର ନିଅ ମୀନତି ଯେ କଲି।

କେଉଁ ପାପ କରିଥିଲି କେଉଁ ଜନମରେ

ଶରୀରରୁ ପ୍ରାଣବାୟୁ ଜଲଦି କି ବାହାରେ।

କଷ୍ଟ ବଢୁଥିଲା ମାତ ପୁଣି ହାତ ଗୋଡ ବନ୍ଧା

ଅସହ୍ୟ ଯନ୍ତ୍ରଣା କୋଳେ ଆଜି ତୋର ଛନ୍ଦା।

କେତେବେଳେ ପ୍ରାଣବାୟୁ ଚାଲିଗଲା ମୋର

ତଥାପି ଜିହ୍ୱା ତାଙ୍କ ଖୋଜେ ମୋ ଶରୀର।

ବିଦାୟ ନେଉଛି ମାତ ପ୍ରାଣ ଯେହୁଁ ଗଲା

ମୋ ପାଇଁ କାନ୍ଦିବୁନି ନେହୁରା ରହିଲା।

Previous ArticleNext Article

Send this to a friend