ଖୁବ୍‌ଶୀଘ୍ର ବଜାରକୁ ଆସିବ ୧୦୦ ଟଙ୍କିଆ କଏନ୍

Rs-100-Coin

ନୂଆଦିଲ୍ଲୀ: ଖୁବ୍‌ଶୀଘ୍ର ବଜାରକୁ ଆସୁଛି ୧୦୦ ଟଙ୍କିଆ କଏନ୍। ଯାହା ମୁଦ୍ରା ଇତିହାସରେ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛି। ଏନେଇ ଅର୍ଥ ମନ୍ତ୍ରାଳୟ ଏକ ନୋଟିଫିକେସନ୍ ଜାରି କରିଛନ୍ତି।

ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମଜି ରାମଚନ୍ଦ୍ରନଙ୍କ ଜନ୍ମବାର୍ଷିକକୁ ସ୍ମରଣୀୟ କରିବା ପାଇଁ ଏହି କଏନର ଶୁଭାରମ୍ଭ କରାଯିବ। ଏହାସହ ନୂଆ ୫ ଟଙ୍କିଆ ମୁଦ୍ରା ମଧ୍ୟ ପ୍ରଚଳନ କରାଯିବ। ଯାହା ଏଆଇଏଡିଏମକେର ପ୍ରତିଷ୍ଠାତାଙ୍କ ଉଦ୍ଦେଶ୍ୟରେ ପ୍ରଚଳନ ହେବ। ପ୍ରଚଳିତ ହେବାକୁ ଥିବା ନୂଆ ୧୦୦ ଟଙ୍କିଆ କଏନ୍ ୩୫ ଗ୍ରାମ ଓଜନର ରହିବ। କଏନର କେନ୍ଦ୍ରରେ ଆଶୋକ ସ୍ତମ୍ଭ ରହିବା ସହ ତଳଭାଗରେ ସତ୍ୟମେବ ଜୟତେ ଲେଖା ରହିବ।

 

 

 

Previous ArticleNext Article

Send this to a friend