ସ୍ଥିର ହେଲା ଜିଏସ୍‌ଟି ସ୍ଲାବ; ମହଙ୍ଗା ଛୋଟ କାର, ଖାଦ୍ୟ ସାମଗ୍ରୀ ହେବ ଶସ୍ତା

ନୂଆଦିଲ୍ଲୀ: ଆଜି ସ୍ଥିର ହୋଇଛି ଜିଏସ୍‌ଟି ସ୍ଲାବ। ପ୍ରାୟ ୧୨୦୦ ସାମଗ୍ରୀ ଉପରେ ଟ୍ୟାକ୍ସ ଧାର୍ଯ୍ୟ ହୋଇଛି। ୧୮ ପ୍ରତିଶତରୁ କମ୍ ସ୍ଳାବ୍‌ ୮୧ ଭାଗ ସାମଗ୍ରୀ ରହିବ। କ୍ଷୀର, ଧାନ, ଗହମ ଭଳି ଖାଦ୍ୟଶସ୍ୟକୁ ଜିଏସଟିରୁ ବାଦ୍ ଦିଆଯାଇଛି। ଫଳରେ ଖାଦ୍ୟଶସ୍ୟ ଶସ୍ତା ହେବାକୁ ଯାଉଛି। ଅବଶିଷ୍ଟ ୧୯ ପ୍ରତିଶତ ସାମଗ୍ରୀ ଉପରୁ ସର୍ବାଧିକ ୨୮ ପ୍ରତିଶତ ଟ୍ୟାକ୍ସ ସଂଗ୍ରହ ହେବାକୁ ନିଷ୍ପତ୍ତି ନିଆଯାଇଛି।

ସୁନା ଓ ବିଡି ଉପରେ ଟ୍ୟାକ୍ସ ରେଟ୍ ନେଇ ଏଯାଏ ନିଷ୍ପତ୍ତି ନିଆଯାଇନି। ଜିଏସ୍‌ଟି ଲାଗୁ ହେଲେ ମିଠା, ଖାଇବା ତେଲ, ଚିନି, ଚା, କଫି ଓ କୋଇଲା ଆଦି ଶସ୍ତା ହେବ। କାରଣ ଏସବୁ ସାମଗ୍ରୀ ଉପରୁ ମାତ୍ର ୫ ପ୍ରତିଶତ ଟ୍ୟାକ୍ସ ଆଦାୟ ହେବ। କିନ୍ତୁ ମୁଣ୍ଡରେ ଲଗାଯାଉଥିବା ତେଲ, ଟୁଥ୍‌ପେଷ୍ଟ, ସାବୁନ ଉପରେ ୧୮ ପ୍ରତିଶତ ଟ୍ୟାକ୍ସ ଲାଗୁ ହେବ। ଏସବୁ ଜିନିଷ ଉପରେ ପୂର୍ବରୁ ୨୮ପ୍ରତିଶତ ଟ୍ୟାକ୍ସ ରହିଥିଲା। ଫଳରେ ପୂର୍ବ ଅପେକ୍ଷା ଏହାର ଦାମ କମ୍ ରହିବ। କିନ୍ତୁ ଛୋଟ କାର ଦାମ ଅଧିକ ହେବ। କାରଣ ଏହା ଉପରେ ୨୮ ପ୍ରତିଶତ ଟ୍ୟାକ୍ସ ଲାଗୁ ହେଉଛି। ଏପଟେ କୌଣସି ପଣ୍ୟଦ୍ରବ୍ୟ ଦରଦାମ ବୃଦ୍ଧି ହେବ ନାହିଁ। ଶ୍ରୀନଗରରେ ଆଜି ଜିଏସଟି କାଉନସିଲ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି। ଏହି ବୈଠକରେ ଅଧ୍ୟକ୍ଷତା କରିଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ।

Previous ArticleNext Article

Send this to a friend