ଯୋଗୀ ଆଦିତ୍ୟନାଥଙ୍କ ୧୦ ବିବାଦୀୟ ମନ୍ତବ୍ୟ

yogi-adityanath

ଯୋଗୀ ଆଦିତ୍ୟ ନାଥ। ଉତ୍ତରପ୍ରଦେଶର ଏହି ଅଗ୍ନିବର୍ଷୀ ନେତା ମୁଖ୍ୟମନ୍ତ୍ରୀ ପଦରେ ଅଧିଷ୍ଟିତ ହୋଇଛନ୍ତି । ମଠ ମହନ୍ତରୁ ମୁଖ୍ୟମନ୍ତ୍ରୀ ହୋଇଥିବା ଯୋଗୀ ଆଦିତ୍ୟ ନାଥ ସବୁ ବେଳେ ବିବାଦୀୟ ମନ୍ତ୍ରବ୍ୟକୁ ନେଇ ଚର୍ଚ୍ଚାରେ  ରହି ଥାଆନ୍ତି।  ଏ ସମ୍ପର୍କରେ ଅଳ୍ପକିଛି।

୧-ଉତ୍ତରପ୍ରଦେଶ ଏବଂ ଭାରତକୁ ହିନ୍ଦୁ ରାଷ୍ଟ୍ର ପରିବର୍ତ୍ତନ ନ କଲା ପର୍ଯ୍ୟନ୍ତ ଚୁପ୍ ବସିବିନି(୨୦୦୫ ୟୁପିର ଏଥା)

୨- ୧୯୯୦ ଜାନୁଆରୀ ୧୯ ତାରିଖରେ  କଶ୍ମୀରରୁ ହିନ୍ଦୁମାନଙ୍କୁ  ବିତାଡ଼ିତ କରାଯାଇଥିଲା।  ସେତେବେଳେ ସାଧୁମାନେ ଗଣହତ୍ୟାରେ ଶିକାର ହୋଇଥିଲେ। ଏହା ଯିଦ କେଉଁଠି ପୁନରାବୃତ୍ତି ହେଉଥିବ ତାହା ହେଲା ଗୋଟିଏ ପଶ୍ଚିମ ଉତ୍ତରପ୍ରଦଶ ଏବଂ ଆଉ ଗୋଟିଏ ପଶ୍ଚିମବଙ୍ଗ। (ଜାନୁୟାରୀ ୩୦,୨୦୧୭)

୩- ସଂଖ୍ୟା ଲଘୁକୁ ଆମେ ବିରୋଧ କରୁନା। ସମସ୍ତଙ୍କ ମଧ୍ୟରେ  ଭାଇରାଚା ଶାନ୍ତି ସଦଭାବନା  ଚାହୁଁ। ହେଲେ ହତ୍ୟା ଏବଂ ଦାଦାଗିରିକୁ ବରଦାସ୍ତୁ କରିବୁନି।  ଯଦି ସେମାନେ ଶାନ୍ତିରେ ରହିପାରୁ ନାହାନ୍ତି ତା’ହେଲ କିଭଳି ଶାନ୍ତିରେ ରହିବାକୁ ହୁଏ ତାହା ତାଙ୍କୁ ଶିକ୍ଷାଇଦେବୁ। (ଅଗଷ୍ଟ ୩୧, ଏକ ଟିଭି ଚ୍ୟାନେଲକୁ ଶାକ୍ଷାତକାର)

୪-ଶାହାରୁଖ ଖାନ୍ ବୁଝିବା ଦରକାର, ଯଦି  ଏକ ବୃହତ ଗୋଷ୍ଠୀ ତାଙ୍କ ଚ୍ଚଳଚିତ୍ରକୁ ପ୍ରତ୍ୟାଖ୍ୟାତ କରନ୍ତି ତା’ହେଲ ସେ ରାସ୍ତାକୁ ଚାଲିଆସିବେ। ଶାହାରୁଖ୍‌ ଖାନଙ୍କ ଭାଷା ଏବଂ ପାକିସ୍ତାନର ଆତଙ୍କବାଦୀ ହଫିଜ ସୟିଦଙ୍କ ଭାଷା ମଧ୍ୟରେ ମୁଁ କୌଣସି ଫରକ ଦେଖିପାରୁ ନାହିଁ।(ନଭେମ୍ବର ୪,୨୦୧୫)

୫- ଯଦି  ଜଣେ ହିନ୍ତୁ ଯୁବତୀଙ୍କୁ   ଧର୍ମାନ୍ତର କରାଯାଏ ତା’ହେଲ ଆମେ ୧୦୦ ମୁସଲମାନ ଯୁବତୀଙ୍କୁ ଧର୍ମାନ୍ତର କରିବୁ(ଆଜମଗଡ଼)

୬-ହିନ୍ଦୁମାନଙ୍କୁ  ନିର୍ଯ୍ୟାତନ ଆମେ କଦାପି ସହିବୁନି । ଯଦି ଜଣେ ହିନ୍ଦୁଙ୍କୁ କେହି ଛୁଏଁ  ଆମେ ତା’ର ଜବାବ ସମାନ ଢଙ୍ଗରେ ଦେବୁ।

୭-ଆପଣ  ଧର୍ମନିରପେକ୍ଷ ଦଳ (ବିଜେପି ନୁହଁ) ବୋଲି ନିଜକୁ ଦାବି କରୁଛନ୍ତି।  ଦେଶରେ  ୧୨ ଲକ୍ଷ ହିନ୍ଦୁ ସାଧୁ ରହୁଛନ୍ତି ।  କେବଳ ଇମାମଙ୍କୁ ଆର୍ଥିକ ସହାୟତା ଦେବା ପାଇଁ କହୁଛ।  ଏହା କ’ଣ ଧର୍ମନିରପେକ୍ଷତାର ପ୍ରମାଣ? (ଅଗଷ୍ଟ ୧୩, ସଂସଦ)

୮- ଗତ ଦୁଇମାସ ମଧ୍ୟରେ  ପଶ୍ଚିମ ୟୁପିରେ ୪୦ରୁ ଊର୍ଧ ଦଙ୍ଗା ହୋଇଛି।  ସେ ପୁଣି ସମାଜବାଦୀଙ୍କ ସରକାରଙ୍କ ସମୟରେ।(୭ ସେପେଟେମ୍ବର,୨୦୧୪)

୯- ମଦରଟେରଶା ହେଉଛନ୍ତି ଜଣେ  ଷଡ଼ଜନ୍ତ୍ରକାରୀ। ତାଙ୍କ ସମୟରେ ବହୁ ହିନ୍ଦୁଙ୍କୁ ଧର୍ମାନ୍ତୀକରଣ କରାଯାଇଛି।( ଜୁଲାଇ,୨୦୧୬)

୧୦-ଲର୍ଡ଼ ଶଙ୍କର ହେଉଛନ୍ତି ସବୁଠୁ ବଡ଼ଯୋଗୀ। ସେ ହିଁ ଯୋଗର ଶ୍ରଷ୍ଠା। ଦେଶର ପ୍ରତିଟି ବିନ୍ଦୁରେ ମହାଦାବଙ୍କ ସତ୍ତା ରହିଛି। ତେଣୁ ଯେଉଁମାନେ ଯୋଗଠାରୁ ନିବୃତ  ରହୁଛନ୍ତି  ହିନ୍ଦୁସ୍ତାନରୁ ସେମାନଙ୍କୁ ମହାଦେବ ଶିବ ବିତାଡ଼ିତ କରିଦେବେ।(ବାରଣାସୀ)

Previous ArticleNext Article

Send this to a friend