ଖୋଲିଲା ରାମ ରହିମଙ୍କ ଆଉ ଏକ ଗୁମର, ଡେରାରେ ରଖିଥିଲେ ‘ବିଷକନ୍ୟା’

Ram-Rahim-Vishkanya

ଚଣ୍ଡିଗଡ଼: ଦୁଇ ଜଣ ସାଧ୍ୱୀଙ୍କୁ ବଳାତ୍କାର କରିବା ଘଟଣାରେ ୨୦ ବର୍ଷ ଜେଲ୍‌ ଦଣ୍ଡ ଭୋଗୁଥିବା ରାମ ରହିମଙ୍କ ସଂପର୍କରେ ପ୍ରତିଦିନ ନୂଆ ନୂଆ ଗୁମର ଫିଟୁଛି। ସେ ଜଣେ କ୍ରୁର ଓ ସ୍ୱେଚ୍ଛାଚାରୀ ରାଜା ଭଳି ଡେରା ମଧ୍ୟରେ ନିଜର ଶାସନ ଚଳାଇଥିଲେ। ଡେରା ଭିତରେ ସେ ନିଜର ସୁରକ୍ଷା ପାଇଁ ଏକ ‘କୁର୍ବାନୀ ଦଳ’ ରଖିଥିଲେ। ଏମାନେ ଆବଶ୍ୟକ ପଡ଼ିଲେ ନିଜ ଜୀବନକୁ ବାଜି ଲଗାଇ ରାମ ରହିମଙ୍କୁ ରକ୍ଷା କରିଥାଆନ୍ତେ। ଏହା ବ୍ୟତୀତ ସେ ଏକ ‘ବିଷକନ୍ୟା’ ଦଳ ମଧ୍ୟ ରଖିଥିଲେ। ଏହି ବିଷକନ୍ୟାମାନଙ୍କ କକ୍ଷ ରାମ ରହିମଙ୍କ ଶୟନ କକ୍ଷ ସହିତ ଯୋଡ଼ି ହୋଇଥିଲା।

ଡେରାରେ ଛଅ ବର୍ଷ ରହିଥିବା ଗୁରଦାସ ସିଂହ ତୁଡ୍ ଏହି ବିଷକନ୍ୟା ଗୁମର ଖୋଲିଛନ୍ତି। ସେ ଦାବି କରିଛନ୍ତି ଯେ ଡେରାରେ ୧୨ରୁ ଅଧିକ ବିଷକନ୍ୟା ଥିଲେ। ସେମାନଙ୍କ ମଧ୍ୟରୁ ଏବେବି କେତେ ଜଣ ଡେରାରେ ଅଛନ୍ତି। ଗୁରଦାସଙ୍କ କହିବା ମୁତାବକ ସେମାନଙ୍କ ମଧ୍ୟରୁ ସୁଦେଶ ନାମକ ଜଣେ ମହିଳାଙ୍କ ନାମ ସିବିଆଇର ଚାର୍ଜସିଟ୍‌ରେ ମଧ୍ୟ ଉଲ୍ଲେଖ ହୋଇଛି।

ଗୁରଦାସ ସିଂହ କହିଛନ୍ତି ଯେ ଏହି ବିଷକନ୍ୟା ଦଳରେ ସେହି ମହିଳାମାନେ ଥିଲେ ଯେଉଁମାନେ କି କେବେ ନା କେବେ ରାମ ରହିମଙ୍କ ଗୁମ୍ଫା ଜାଲରେ ଫସି ସାରିଥିଲେ। ଏହି ବିଷକନ୍ୟାମାନେ ରାମ ରହିମଙ୍କ ପୋଷାକର ଯତ୍ନ ନେବାଠାରୁ ଆରମ୍ଭ କରି ସୁନ୍ଦର ସୁନ୍ଦର ସାଧ୍ୱୀଙ୍କୁ ତାଙ୍କ ପାଖକୁ ପଠାଇବାର କାମ କରୁଥିଲେ। ଗୁମ୍ଫାରେ ରାମ ରହିମ ମହିଳାଙ୍କୁ ନେଇ କି କାରନାମା କରୁଥିଲେ ତାହା ଆଉ ଅଛପା ନାହିଁ। ଅନେକ ସାଧ୍ୱୀ ଓ ଛାତ୍ରୀଙ୍କୁ ସେ ବଳାତ୍କାର କରିଥିବା ଅଭିଯୋଗ ହୋଇଛି।

ବିଷକନ୍ୟାମାନଙ୍କୁ ଅନ୍ୟ ସାଧ୍ୱୀଙ୍କଠାରୁ ଅଲଗା ରଖାଯାଉଥିଲା। ସେମାନଙ୍କୁ ଏମିତି ଏକ ଘରେ ରଖାଯାଉଥିଲା ଯାହା ସିଧାସଳଖ ଗୁମ୍ଫା ରାସ୍ତା ସହିତ ସଂଯୋଗ ହୋଇଥିଲା। ସେମାନେ ଡେରାରେ ଥିବା ଅନ୍ୟ ସାଧ୍ୱୀମାନଙ୍କୁ ଡରାଇ ରଖୁଥିଲେ। ଡେରାରେ ଏକ ଟର୍ଚର ବା ନିର୍ଯାତନା ରୁମ୍ ଥିଲା। ଯଦି କୌଣସି ସାଧ୍ୱୀ କିଛି ଭୁଲ୍ କରୁଥିଲେ ଅବା ରାମ ରହିମଙ୍କ କହିବା ଅନୁଯାୟୀ କାମ କରୁ ନଥିଲେ, ସେଠାରେ ସେମାନଙ୍କୁ ନିର୍ଯାତନା ଦିଆଯାଉଥିଲା।

Previous ArticleNext Article

Leave a Reply

Your email address will not be published. Required fields are marked *

Send this to a friend