ସ୍ତ୍ରୀର ଅଭିଯୋଗ: ରଙ୍ଗ କଳା କହି ତଲାକ୍‌ ଦେଲେ ସ୍ୱାମୀ, ହତ୍ୟା ପାଇଁ କରିଥିଲେ ଉଦ୍ୟମ

woman

ଲକ୍ଷ୍ନୌ: ସରକାରଙ୍କ ବିଭିନ୍ନ ପ୍ରଚେଷ୍ଟା ସତ୍ୱେ ଥମୁନି ଟ୍ରିପଲ ତଲାକ। ସଦ୍ୟ ଏହାର ଶିକାର ହୋଇଛନ୍ତି ଉତ୍ତର ପ୍ରଦେଶର ଜଣେ ମୁସଲିମ ମହିଳା। ରାମପୁର ଜିଲ୍ଲାର ଆମ୍ରିନ ନାମକ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ତଲାକ ଦେଇଛନ୍ତି । ଆଉ ଏହାର କାରଣ ହେଉଛି, ଆମ୍ରିନଙ୍କ ରଙ୍ଗ କଳା।  ଏପରିକି ତାଙ୍କ ଶ୍ୱଶୁର ଘର ଲୋକେ ତାଙ୍କୁ ଜିଅନ୍ତା ପୋଡ଼ିବାକୁ ଉଦ୍ୟମ କରିଥିବା ଆମ୍ରିନ ଅଭିଯୋଗ କରିଛନ୍ତି । କିନ୍ତୁ ସେଠାରୁ ସେ ଖସି ଆସିବାରେ ସକ୍ଷମ ହୋଇଥିଲେ। ଆମ୍ରିନ କହିଛନ୍ତି, ସେ କମ୍ ଯୌତୁକ ଆଣିଥିବାରୁ ଶାଶୁ ଘର ଲୋକେ ତାଙ୍କୁ ନିର୍ଯାତନା ଦେଉଥିଲେ । ଏପରିକି ତାଙ୍କ ରଙ୍ଗକୁ ନେଇ ସ୍ୱାମୀ ତାଙ୍କୁ ସବୁବେଳେ ଅପମାନିତ କରୁଥିଲେ। ଓଳିଏ ଖାଇବାକୁ ଦେଲେ ଓଳିଏ ଓପାସରେ ରହୁଥିଲେ।  ପୋଲିସ ଘଟଣାର ତଦନ୍ତ କରିବା ସହ ୫ ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ କରିଛି।

Previous ArticleNext Article

Send this to a friend