ଫୁଟିବା ଆଗରୁ ନିଷ୍କ୍ରିୟ କରିଦେଲା ସେନା

army-1

ଶ୍ରୀନଗର: ଶ୍ରୀନଗରରେ ଏକ ବଡ଼ ଧରଣର ଅଘଟଣକୁ ଏଡ଼ାଇ ଦିଆଯାଇପାରିଛି ।  ଜନଗହଳିପୂର୍ଣ୍ଣ ମର୍ଲୁ ଅଞ୍ଚଳରୁ ଉଦ୍ଧାର ହୋଇଛି ଏକ ଆଇଇଡି ।  ମାଟି ତଳେ ଏହା ପୋତା ଯାଇଥିଲା।  ଏକ ବଡ଼ ଧରଣର ବିସ୍ଫୋରଣ ଘଟାଇବାକୁ ଆତଙ୍କବାଦୀମାନେ ଷଡ଼ଯନ୍ତ୍ର କରିଥିବା ସନ୍ଦେହ କରାଯାଉଛି।   ସେଥିପାଇଁ ସେମାନେ ଜନଗହଳିପୂର୍ଣ୍ଣ ମର୍ଲୁରେ ଏହି ଆଇଇଡି ଲଗାଇଥିଲେ ଆତଙ୍କବାଦୀ । ତେବେ ଏ ସଂପର୍କରେ ଆଗୁଆ ଜଣାପଡ଼ିଥିଲା।   ସୁରକ୍ଷାକର୍ମୀ ସେହି ଅଞ୍ଚଳକୁ ଘେରି ଯାଇଥିଲେ।   ତା’ ପରେ ବୋମା ନିଷ୍କ୍ରିୟକାରୀ ଟିମ୍ ଆସି ଆଇଇଡିକୁ ନିଷ୍କ୍ରିୟ କରିଛନ୍ତି ।

Previous ArticleNext Article

Send this to a friend