ସୁରକ୍ଷାକର୍ମୀଙ୍କ ସେକ୍ସ ରାକେଟ୍: ପୋଲିସ୍ କରୁଥିଲା ଦେହବେପାର

legs-prostitute-sex,,

ବାଙ୍ଗ।ଲୁର: ବୃତ୍ତିରେ ପୋଲିସ୍ ବିଭାଗର ହେଡ୍ କନେଷ୍ଟବଳ। ହେଲେ ବେଶ୍ୟାଙ୍କୁ ନେଇ କରୁଥିଲା ବେପାର। ହାଇଟେକ୍ ସେକ୍ସ ରାକେଟ୍ ଚଳାଉଥିବା ଅଭିଯୋଗରେ ବାଙ୍ଗ।ଲୁର ପୋଲିସ୍ ନିଜ ବିଭାଗର ଜଣେ କନେଷ୍ଟବଳକୁ ଗିରଫ୍ କରିଛି। ଅଭିଯୁକ୍ତର ନାଁ କାରିବସାପ୍ପା ।

ପାରପ୍ପାନା ଥାନାର କ୍ରାଇମ୍ ୱିଙ୍ଗରେ କାମ କରୁଥିବା ଏହି କନେଷ୍ଟବଳ ଦୀର୍ଘ ଦିନ ଧରି ଦେହବେପାର ରିଙ୍ଗମାଷ୍ଟର ସାଜିଥିଲା। ଟାର୍ଗେଟରେ ଥିଲେ ଦେହଲୋଭି ଧନୀ ମଣିଷ। ସବୁ ଚାଲିଥିଲା ଅନଲାଇନରେ। ସେକ୍ସ ରାକେଟ୍ ଚାଲିଥିଲା କ୍ୟାସଲେସ୍ ଟ୍ରାନଜାକସନରେ।

ଗତ ସପ୍ତାହରେ ଏକ ଘରେ ରେଡ୍ କରିଥିଲା। ତିନିଜଣ ଦେହଜିବୀଙ୍କ ସହ ସ୍ୱାଇପ୍ ମେସିନ୍ ଓ ବିପୁଳ ଟଙ୍କ। ଜବତ କରିଥିଲା। ରାକେଟରେ ଚେର ଖୋଜୁ ଖୋଜୁ ପୋଲିସ୍ ପାଇଥିଲା ରାକେଟର ସର୍ଦ୍ଦାର ନିଜ ବିଭାଗର ପୋଲିସ୍ କନେଷ୍ଟବଳକୁ।

ସୂଚନା ମୁତାବକ, କନେଷ୍ଟବଳଙ୍କ ସହ ଆଉ ଦୁଇଜଣ ବ୍ୟକ୍ତି ବି ଅଛନ୍ତି। ତେବେ ତଦନ୍ତରେ କାଳେ ବାଧା ଉପୁଜିବ, ତେଣୁ ପୋଲିସ୍ ସେମାନଙ୍କ ନାଁ ଗୋପନ ରଖିଛି।

ଅଭିଯୁକ୍ତ କନେଷ୍ଟବଳକୁ ପୋଲିସ୍ ଗିରଫ୍ କରି କୋର୍ଟ ଚାଲାଣ କରିଛି।

 

Previous ArticleNext Article

Send this to a friend