ସାମ୍ବାଦିକଙ୍କ ପାଇଁ ହେବ କି ଡ୍ରେସ୍ କୋଡ୍?

bb

ମୁମ୍ବାଇ: ବମ୍ବେ ହାଇକୋର୍ଟରେ ଆଜି ଏକ ମାମଲାର ଶୁଣାଣି ଚାଲିଥିବା ବେଳେ ଘଟିଥିଲା ଏକ ଭିନ୍ନ ଘଟଣା। କୋର୍ଟ ପ୍ରୋସିଡିଂ ବେଳେ ଖବର ସଂଗ୍ରହ ପାଇଁ ଉପସ୍ଥିତ ଥିଲେ ଅନେକ ଗଣମାଧ୍ୟମ ପ୍ରତିନିଧି। ତେବେ ଜଣେ ଜାତୀୟ ଖବରକାଗଜର ସାମ୍ବାଦିକଙ୍କ ଆଡ଼କୁ ଆଙ୍ଗୁଳି ଦେଖାଇ ମୁଖ୍ୟ ବିଚାରପତି ମଞ୍ଜୁଲା ଚେଲୁର ପଚାରିଥିଲେ ଏହା କ’ଣ ‘ବମ୍ବେ କଲ୍‌ଚର୍’? ସାମ୍ବାଦିକ ଜଣଙ୍କ ପିନ୍ଧିଥିବା ପୋଷାକକୁ ଉଦ୍ଦେଶ୍ୟ କରି ସେ ଏ କଥା ପଚାରିଥିଲେ। ସେହି ସାମ୍ବାଦିକ ଜିନ୍ସ ଓ ଟି-ସର୍ଟ ପିନ୍ଧିଥିଲେ। ତା’ପରେ ସେ ବିଏମ୍‌ସିର ଓକିଲ ଏସ୍‌.ଏସ୍‌ ପାକାଲେଙ୍କୁ ପଚାରିଥିଲେ ଯେ ସାମ୍ବାଦିକଙ୍କ ପାଇଁ କିଛି ଡ୍ରେସ୍ କୋଡ୍ ଅଛି କି? ସେ ମନା କରି ଥିଲେ। ଏହା ପରେ ମୁଖ୍ୟ ବିଚାରପତି ଜାଣିବାକୁ ଚାହିଁଥିଲେ ଯେ ସାମ୍ବାଦିକମାନେ କୋର୍ଟ ପ୍ରୋସିଡିଂ ବେଳେ ଜିନ୍ସ ଓ ଟି-ସର୍ଟ ପିନ୍ଧି ଉପସ୍ଥିତ ରହିବା କେତେ ଶୋଭନୀୟ?

ଡାକ୍ତରମାନେ କାର୍ଯ୍ୟରୁ ବିରତ ରହିବାକୁ ଚ୍ୟାଲେଞ୍ଜ କରି ଆଗତ ହୋଇଥିବା ଏକ ଆବେଦନ ଉପରେ  ମୁଖ୍ୟ ବିଚାରପତି ମଞ୍ଜୁଲା ଚେଲୁର ଓ ଜଷ୍ଟିସ୍ ଜି.ଏସ୍‌. କୁଲକର୍ଣ୍ଣୀ ଶୁଣାଣି କରୁଥିଲେ ଏହି ଘଟଣା ଘଟିଥିଲା।

Previous ArticleNext Article

Send this to a friend