ଜିଓ ମୁକାବିଲା ପାଇଁ ବିଏସ୍‌ଏନ୍‌ଏଲ୍‌ର ନୂଆ ପ୍ଲାନ୍‌; ୩୩୩ ଟଙ୍କାରେ ୨୭୦ ଜିବି ଡାଟା

BSNL

ନୂଆଦିଲ୍ଲୀ: ଜିଓକୁ ମୁକାବିଲା କରିବାକୁ ସମସ୍ତ ଟେଲିକମ୍ କଂପାନୀ ନୂଆ ନୂଆ ଯୋଜନା କରୁଛନ୍ତି। ଏଥିରୁ ବାଦ୍ ପଡ଼ିନି ବିଏସ୍‌ଏନ୍‌ଏଲ୍‌। ଏହି ଟେଲିକମ୍ କଂପାନୀ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ତିନିଟି ନୂଆ ଶସ୍ତା ଡାଟା ପ୍ଲାନ୍ ଆରମ୍ଭ କରିଛି। ଏହି ପ୍ଲାନ୍‌ଗୁଡ଼ିକର ଦାମ ୩୩୩ ରୁ ୩୯୫ ଟଙ୍କା ମଧ୍ୟରେ ରହିଛି। ଏହି ପ୍ଲାନ୍‌ ଅନୁସାରେ ଗ୍ରାହକଙ୍କୁ ପ୍ରତ୍ୟେକ ଦିନ ୩ ଜି ଡାଟା ଓ ଅନ୍‌ଲିମିଟେଡ୍ କଲିଂ ଭଳି ସୁବିଧା ମିଳିବ।

ଫରକ ଏତିକି ଯେ ଜିଓ, ଏୟାରଟେଲ, ଆଇଡିଆ ଓ ଭୋଡ଼ାଫୋନ୍ ୪ ଜି ଡାଟା ଦେଉଥିବା ବେଳେ ବିଏସ୍‌ଏନ୍‌ଏଲ୍‌ ୩ଜି ଡାଟା ଦେଉଛି।

ବିଏସ୍‌ଏନ୍‌ଏଲ୍‌ର ଗୋଟିଏ ନୂଆ ପ୍ଲାନ୍‌ର ନାଁ ହେଉଛି ‘ଟ୍ରିପଲ୍ ଏସ୍‌’। ଏହି ପ୍ଲାନ୍ ଅନୁସାରେ ୩୩୩ ଟଙ୍କାରେ ଗ୍ରାହକଙ୍କୁ ୯୦ ଦିନ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ୩ ଜିବିର ୩ଜି ଡାଟା ମିଳିବ। ଏହାର ଅର୍ଥ ୩୩୩ ଟଙ୍କାରେ ୨୭୦ ଜିବି ଡାଟା ମିଳିବ।

ଦ୍ୱିତୀୟ ପ୍ଲାନ୍‌ର ନାଁ ‘ଦିଲ୍ ଖୋଲ୍‌ କେ ବୋଲ୍’। ଏଥିରେ ୩୪୯ ଟଙ୍କା ରିଚାର୍ଜ କଲେ ଗ୍ରାହକ ନିଜ ହୋମ୍ ସର୍କଲରେ ଅନ୍‌ଲିମିଟେଡ୍ ଲୋକାଲ୍ ଓ ଏସ୍‌ଟିଡି କଲ୍ କରିପାରିବେ। ସେମାନଙ୍କୁ ପ୍ରତ୍ୟେକ ଦିନ ୨ ଜିବିର ୩ଜି ଡାଟା ମିଳିବ।

ତୃତୀୟ ପ୍ଲାନର ନାଁ ‘ନହଲେ ପର ଦହଲା’। ଏହି ପ୍ଲାନରେ ୩୯୫ ଟଙ୍କା ରିଚାର୍ଜ କଲେ ବିଏସ୍‌ଏନ୍‌ଏଲ୍‌ ନେଟୱର୍କରେ ୩୦୦୦ ମିନିଟ୍ ଓ ଅନ୍ୟ ନେଟୱର୍କରେ ୧୮୦୦ ମିନିଟ୍ ଫ୍ରି ମିଳିବ। ଏହା ସହିତ ଉକ୍ତ ଗ୍ରାହକମାନେ ପ୍ରତ୍ୟେକ ଦିନ ୨ ଜିବିର ୩ଜି ଡାଟା ପାଇପାରିବେ। ଏହି ପ୍ୟାକ୍‌ର ଭାଲିଡିଟି ୭୧ ଦିନ ରହିଛି।

Previous ArticleNext Article

Send this to a friend