ଏପ୍ରିଲ ୧୨ ପରେ କ୍ୟାବିନେଟ ଅଦଳବଦଳ କରିପାରନ୍ତି ପ୍ରଧାନମନ୍ତ୍ରୀ

bjp

ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ ୧୨ ପରେ କ୍ୟାବିନେଟସ୍ତରରେ ଅଦଳବଦଳ କରିପାରନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅଦଳବଦଳ ପ୍ରକ୍ରିୟାରେ କେତେକ ନୂଆ ମୁହଁକୁ ସ୍ଥାନ ମିଳିପାରେ। ସଂସଦ ଅଧିବେଶସନ ଏପ୍ରିଲ ୧୨ରେ ସରୁଥିବାରୁ ମନ୍ତ୍ରୀସ୍ତରେ ଅଦଳବଦଳ  ହେବ ବୋଲି କୁହାଯାଉଛି। ନିକଟରେ ପ୍ରତିରକ୍ଷା ମନ୍ତ୍ରୀ ପଦରୁ ମନୋହର ପାରିକର ଇସ୍ତଫା ଦେଇ ଗୋଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।  ପାରିକରଙ୍କ ସ୍ଥାନରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଅତିରିକ୍ତ ଦାୟିତ୍ୱ ମିଲିଛି। ତେଣୁ ଏହି ଦାୟିତ୍ୱ ଅନ୍ୟ କାହାକୁ ହସ୍ତାନ୍ତର କରାଯାଇ ପାରେ ବୋଲି ଚର୍ଚ୍ଚା ହେଉଛି।  ସେହିପରି ବୈଦେଶିକ ମନ୍ତ୍ରୀ ଥିବା ସୁଷମା ସ୍ୱରାଜଙ୍କ ସ୍ଥାନରେ ଆଉ ଜଣଙ୍କୁ ଦାୟିତ୍ୱ ଦିଆଯାଇ ପାରେ।  ଶେଷଥର ପାଇଁ ଗତ ବର୍ଷ ଜୁଲାଇ ମାସରେ ପ୍ରଧାନମନ୍ତ୍ରୀ କ୍ୟାବିନେଟ ଅଦଳବଦଳ କରିଥିଲେ।  ଏଥିରେ ମାନବ ସମ୍ବଳ ମନ୍ତ୍ରୀ ସ୍ମୁତି ଇରାନୀଙ୍କୁ ହସ୍ତତନ୍ତ ଏବଂ ସଦାନନ୍ଦ ଗୌଡ଼ଙ୍କୁ ଆଇନ ବିଭାଗରୁ କାଢି ପରିସଂଖ୍ୟାନ ମନ୍ତ୍ରଣାଳୟରେ ଅବସ୍ଥାପିତ କରାଯାଇଥଲା। ସେହିପରି ଭେଙ୍କିୟା ନାଇଡୁଙ୍କୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ମିଳିଥିଲା।

Previous ArticleNext Article

Send this to a friend