ପୁଣି ଅସ୍ତ୍ରବିରତି ଉଲଂଘନ କଲା ପାକିସ୍ତାନ: କଡ଼ା ଜବାବ ଦେଲା ଭାରତ

Ceasefire-Violation

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ପାକିସ୍ତାନର ପୁଣି ଅସ୍ତ୍ରବିରତି ଉଲଂଘନ। ଜାମ୍ମୁ କାଶ୍ମୀର ପୁଞ୍ଛ ଜିଲ୍ଲାର ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନ ପକ୍ଷରୁ ଗୁଳିମାଡ ହୋଇଛି। ସେନା ପକ୍ଷରୁ ଏହାର କଡା ଜବାବ ଦିଆଯାଇଥିଲା। ଏବେ ବି ଗୁଳିବିନିମୟ ଜାରି ରହିଛି। ପୂର୍ବରୁ ସେପଟେମ୍ବର ୭ରେ ପାକିସ୍ତାନୀ ପକ୍ଷରୁ ଗୁଳିମାଡରେ ସେନା ପାଇଁ କାମ କରୁଥିବା ଦୁଇଜଣ ସ୍ଥାନୀୟ ଲୋକ ଆହତ ହୋଇଥିଲେ। ସେପ୍ଟେମ୍ବର ପହିଲାରେ ବିଏସଏଫର ସବ ଇନ୍ପପେକଟର୍ କମଲ ଜିତ ସିଂ ପାକ ସେନାର ଗୁଳିମାଡରେ ଗୁରୁତର ଆହତ ହୋଇଥିଲେ। ପରେ ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଥିଲା। ପାକିସ୍ତାନ ପକ୍ଷରୁ ସୀମାରେ ବାରମ୍ବାର ଅସ୍ତ୍ରବିରତି ଉଲଂଘନ କରାଯାଉଥିବା ବେଳେ ଭାରତ ଏହାର କଡ଼ା ଜବାବ ଦେଉଛି।

Previous ArticleNext Article

Send this to a friend