ଇପିଏଫ ସୁଧହାର ୮.୬୫ ବୃଦ୍ଧିକୁ ଅର୍ଥମନ୍ତ୍ରଣାଳୟର ସବୁଜ ସଙ୍କେତ, କେବେଠାରୁ ମିଳିବ ଜାଣନ୍ତୁ

epf-2

ନୂଆଦିଲ୍ଲୀ: ଇପିଏଫ ସୁବିଧା ପାଉଥିବା କର୍ମଚାରୀଙ୍କ ପାଇଁ ଖୁସି ଖବର। କାରଣ ଇପିଏଫ ସୁଧହାର ୮.୬୫କୁ ବୃଦ୍ଧି ପାଇଁ କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ସବୁଜସଙ୍କେତ ଦେଇଛନ୍ତି। ଏହି ନୂତନ ସୁଦ୍ଧହାରକୁ ଲାଗୁ କରିବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଶ୍ରମ ମନ୍ତ୍ରଣାଳୟକୁ ଅବଗତ କରାଯାଇଛି। କର୍ମଚାରୀମାନ ଅବସର ପରେ ଏହି ସୁଧରେ ସେମାନଙ୍କ ମେଚ୍ୟୁରିଟି ପାଇପାରିବେ। ୨୦୧୬-୧୭ ଆଥିର୍କ ବର୍ଷରୁ ଏହା ଲାଗୁ କରାଯିବ। ଏହା ଦ୍ୱାରା ଦେଶର ୪ କୋଟିରୁ ଊର୍ଧ କର୍ମଚାରୀ ଉପକୃତ ହେବେ ବୋଲି ଜଣାପଡ଼ିଛି।

ହେଲେ କୌଣସି ସମୟରେ ନିଅଣ୍ଟିଆ ପରିସ୍ଥିତି ଉପୁଜିଲେ ଏହି ସୁବିଧାକୁ ପ୍ରତ୍ୟାହାର କରାଯାଇପାରେ ବୋଲି ଅର୍ଥମନ୍ତ୍ରଣାଳୟ କହିଛି।  ସୁଧହାର ୮.୬୫ ଲାଗୁ କରିବା ପାଇଁ  ଗତ ବର୍ଷ ଶ୍ରମମନ୍ତ୍ରଣାଳୟ ପକ୍ଷରୁ  ଅବଗତ କରାଯାଇଥିଲା। ହେଲେ ଅର୍ଥମନ୍ତ୍ରଣାଳୟ ଏନେଇ ଟାଳଟୁଳ ନୀତି ଅବଲମ୍ବନ କରି ଆସୁଥିଲା।  ଏହି ସୁଦ୍ଧ ହାରକୁ ଆହୁରି କମେଇବା ପାଇଁ ଅର୍ଥମନ୍ତ୍ରଣାଳୟ ଶ୍ରମମନ୍ତ୍ରଣାଳୟକୁ କହି ଆସୁଥିଲା। ହେଲେ କେନ୍ଦ୍ର ଶମ୍ରମନ୍ତ୍ରୀ ବନ୍ଦାରୁ ଦତ୍ତତ୍ରେୟା ଏହି ପ୍ରସ୍ତାବରେ ରାଜି ହୋଇ ନ ଥିଲେ।  ଶେଷରେ  ଶ୍ରମ ମନ୍ତ୍ରଣାଳୟର ଉପରୋକ୍ତ ପ୍ରସ୍ତାବକୁ ଗୋଟିଏ ସର୍ତ୍ତ ରଖି ମାନିନେଇଥିଲା ଅର୍ଥମନ୍ତ୍ରଣାଳୟ। ପୂର୍ବରୁ ଏହି ସୁଦ୍ଧ ହାର ୮.୮ ପ୍ରତିଶତ ଥିଲା।

Previous ArticleNext Article