ଛୋଟିଆ ଭୁଲ୍‌ କରନ୍ତୁନି, ନ ହେଲେ କଟିଯିବ ଗ୍ୟାସ୍‌ ସଂଯୋଗ

ନୂଆଦିଲ୍ଲୀ: ୫୦ ହଜାର ଗ୍ୟାସ୍‌ ଉପଭୋକ୍ତା ଏବେ ଚିନ୍ତାରେ। କାରଣ ଜାଣିବା ପରେ ଆପଣଙ୍କୁ ଝଟ୍‌କା ଲାଗିପାରେ। କିନ୍ତୁ ଏ ବାବାଦରେ ନିଜେ ସଚେତନ ହୋଇଯାଆନ୍ତୁ। ନ ହେଲେ ଆପଣ ବି ଅସୁବିଧାରେ ପଡିଯାଇପାରନ୍ତି।

କଥାଟି ହେଉଛି ଏମିତି। ଦେଶର ୫୦ ହଜାର ରନ୍ଧନ ଗ୍ୟାସ୍‌ ଉପଭୋକ୍ତାଙ୍କ ଗ୍ୟାସ୍‌ ସଂଯୋଗକୁ ବ୍ଲକ କରିଦିଆଯାଇଛି। ଏଣିକି ସମାନେ ସାଧାରଣ ଉପଭୋକ୍ତାଙ୍କ ଭଳି ଏହି ଇନ୍ଧନ ବ୍ୟବହାର କରିପାରିବେ ନାହିଁ। କାରଣ ଏମାନେ ଏ ଯାଏଁ KYC(Know your customer) ଫର୍ମ ଭାରି ନାହାନ୍ତି। ନିକଟରେ ଏହାକୁ ସରକାର ବାଧ୍ୟତାମୂଳକ କରିଥିଲେ ମଧ୍ୟ କେତେକ ଗ୍ରାହକ ଏହାକୁ ମାନି ନ ଥିଲେ। ଫଳସ୍ୱରୂପ ତାଙ୍କ ଗ୍ୟାସ୍‌ ସଂଯୋଗକୁ ଅସିଦ୍ଧ ଘୋଷଣା କରାଯାଇଛି। ଏଣୁ ଆପଣ ବି ଯଦି KYC ଭରିନାହାନ୍ତି ତେବେ ତୁରନ୍ତ ଏହାକୁ ଦାଖଲ କରନ୍ତୁ। ନଚତ୍‌ କିଏ କହିବ ଆପଣ ବି ଏମିତି ଅଡୁଆରେ ନ ପଡିବେ ବୋଲି।

ଗତ ୨ ବର୍ଷ ହେବ ବିଭିନ୍ନ ଗ୍ୟାସ୍‌ କମ୍ପାନୀ ନିଜ ଉପଭୋକ୍ତାଙ୍କୁ KYC ସମ୍ବର୍ଦ୍ଧିତ କାଗଜପତ୍ର ଦାଖଲ କରିବାକୁ ନିବେଦନ କରି ଆସୁଛି । ମାତ୍ର ବାରମ୍ବାର ନିବେଦନ ସତ୍ୱେ ଏହାକୁ ଅନେକ ଗ୍ରାହକ ଅଣଦେଖା କରିଥିଲେ।

ସୂଚନାଯାଗ୍ୟ, KYC ମାଧ୍ୟମରେ ଜଣେ ଉପଭୋକ୍ତାର ସମ୍ପୁର୍ଣ୍ଣ ବିବରଣୀ କମ୍ପାନୀ ପାଖରେ ରହିବ। ଏହାକୁ ଆଧାର କରି ସେ ଗ୍ୟାସ୍‌ ସଂଯୋଗ ନେବାକୁ ଆବେଦନକାରୀ ଯୋଗ୍ୟ କି ଅଯୋଗ୍ୟ ତାହାକୁ ତର୍ଜମା କରାଯାଇଥାଏ।

Previous ArticleNext Article

Send this to a friend