ଚୀନ ଚାହୁଁଛି, ଗୁଜରାଟରେ ପଦ୍ମ ଫୁଟୁ

mm

ନୂଆଦିଲ୍ଲୀ: ଗୁଜରାଟ ନିର୍ବାଚନ ଫଳାଫଳକୁ ଅନାଇ ରହିଛି ସାରା ବିଶ୍ୱ। ପଡୋଶୀ ଚୀନ ମଧ୍ୟ ଗୁଜରାଟ ନିର୍ବାଚନ ଫଳାଫଳ ଉପରେ ନଜର ରଖିଛି। ଗୁଜରାଟରେ ପୁଣି ମୋଦି ସରକାର ଆସୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଜୟ ହେଉ ବୋଲି ଚୀନର କମ୍ପାନୀମାନେ ଚାହୁଁଛନ୍ତି। ସେମାନଙ୍କ ଧାରଣା ଗୁଜରାଟରେ ବିଜେପି ଜିତିଲେ,  ମୋଦିଙ୍କ ଅର୍ଥନୈତିକ ନବୀକରଣ ପ୍ରକ୍ରିୟା ତ୍ୱରାନିତ୍ୱ ହେବ।

ଗୁଜରାଟରେ ପୁଣି ପଦ୍ମ ଫୁଟିବ ବୋଲି ବିଭିନ୍ନ ସଂସ୍ଥା ଓ ଗଣମାଧ୍ୟମ ପକ୍ଷରୁ କରାଯାଇଥିବା ଏକଜିଟ୍ ପୋଲରୁ ପୂର୍ବନୁମାନ କରାଯାଇଛି। କିନ୍ତୁ ସମସ୍ତଙ୍କର ଅପେକ୍ଷା ୧୮ ଡିସେମ୍ବରକୁ। ଏହିଦିନ ଫଳାଫଳ ଘୋଷଣା ହେବ।

ଚୀନର  ଖବରକାଗଜ ଗ୍ଲୋବାଲ ଟାଇମ୍ସ ଅନୁୟାୟୀ- ଗୁଜରାଟରେ ମୋଦି ସରକାର ଆସିଲେ ଅର୍ଥନୈତିକ ନବୀକରଣ ପ୍ରକ୍ରିୟା ତ୍ୱରାନିତ୍ୱ ହେବ। ସେଥିପାଇଁ ଚୀନର କମ୍ପାନୀମାନେ ମୋଦିଙ୍କ ବିଜୟକୁ  ଚାତକ ପରି ଅପେକ୍ଷା କରିଛନ୍ତି। କିଛି ବର୍ଷ ହେବ ଚୀନର ତା’ର ଜିନିଷକୁ ଭାରତ ବଜାରରେ  ଅଧିକ ନିବେଶ କରିଛି। ଚୀନର କମ୍ପାନୀଙ୍କ ଧାରଣା ଅଛି ଯେ ମୋଦି ଭାରତକୁ ଏକ ବଡ଼ ବଜାରରେ ପରିଣତ କରିବାକୁ ପ୍ରୟାସ ଚଲାଇଛନ୍ତି। ମୋଦି ସରକାର ଏଥିରେ ଅର୍ଥ ନିବେଶ କରୁଛନ୍ତି। ଚୀନର କମ୍ପାନୀମାନେ ଏଥିରେ ନିବେଶ କରିବେ। ଯାହା ଚୀନ କମ୍ପାନୀଙ୍କ ପାଇଁ ଲାଭଦାୟକ ହେବ।

 

 

Previous ArticleNext Article

Send this to a friend