ଆଜିର ଦିନରେ ଦିଲ୍ଲୀ ହୋଇଥିଲା ଭାରତର ରାଜଧାନୀ

ind-1

ଭୁବନେଶ୍ୱର,(ଦେବଦତ୍ତ ରଥ): ଆଜିର ଦିନରେ ଅର୍ଥାତ ୧୩ ଫେବୃଆରୀରେ ନୂଆ ଦିଲ୍ଲୀ ରାଜଧାନୀ ରୂପେ ଘୋଷିତ ହୋଇଥିଲା। ୧୩ ଫେବୃଆରୀ ୧୯୩୧ରେ ତତ୍କାଳୀନ ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଲର୍ଡ ଇରୱିନ୍ ନୂଆ ଦିଲ୍ଲୀକୁ ଭାରତର ରାଜଧାନୀ ରୂପେ ଘୋଷଣା କରିଥିଲେ। ଏହା ପୂର୍ବରୁ କଲିକତା ଭାରତର ରାଜଧାନୀ ଥିଲା। ୧୨ ଡିସେମ୍ବର ୧୯୧୧ରେ ତତ୍କାଳୀନ ବ୍ରିଟିଶ ମହାରାଜା ଜର୍ଜ ପଞ୍ଚମ କଲିକତାରୁ ରାଜଧାନୀ ଉଠାଇ ଦିଲ୍ଲୀରେ ସ୍ଥାପନ କରିବାକୁ ଘୋଷଣା କରିଥିଲେ। ୧୯୨୭ରେ ଦିଲ୍ଲୀର ନାମ ପରିବର୍ତ୍ତନ କରାଯାଇ ନୂଆଦିଲ୍ଲୀ ରଖାଯାଇଥିଲା।

Previous ArticleNext Article

Send this to a friend