‘ଜୋୟା’ ସହ କ’ଣ କରୁଛନ୍ତି ଧୋନି?: ଭିଡିଓ ଭାଇରାଲ, ୧୦ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି

dhoni_1510713885_618x347

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଜ ଡଗି ପ୍ରତି ମହେନ୍ଦ୍ର ସିଂ ଧୋନିଙ୍କର ଥିବା ଭଲପାଇବା କାହାକୁ ଅଛପା ନାହିଁ। ଖାଲି ସମୟରେ ଧୋନି ନିଜ ଡଗି ସହିତ ଖେଳୁଥିବାର ନଜରକୁ ଆସିଥାନ୍ତି। ନିକଟରେ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ଧୋନି ଡଗି ‘ଜୋୟା’କୁ ଟ୍ରେନିଂ ଦେଉଥିବାର ଦେଖିବାକୁ ମିଳିଛି। ଏହି ସମୟରେ ଡଗିର ଅନ୍ୟଏକ ସାଥୀ ଲିଲି ମଧ୍ୟ ଜୋୟାର ସାଥ୍‌ ଦେଉଥିବାର ଭିଡ଼ିଓରେ ଦେଖିବାକୁ ମିଳିଛି। ଏହି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି। ଏପର୍ଯ୍ୟନ୍ତ ଏହି ଭିଡ଼ିଓକୁ ୧୦ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି।

ଆସନ୍ତା ୧୬ ତାରିଖ ଠାରୁ ଭାରତ ଓ ଶ୍ରୀଲଲଙ୍କା ମଧ୍ୟ ଟେଷ୍ଟ ସିରିଜ ହେବାକୁ ଯାଉଛି। ଆଉ ଧୋନି ଯେହେତୁ ଟେଷ୍ଟରୁ ଅବସର ନେଇସାରିଛନ୍ତି ତେଣୁ ସେ ଏବେ ନିଜ ଘରେ ରହି ଛୁଟି କାଟୁଛନ୍ତି। ନିକଟରେ ଧୋନିଙ୍କ ପତ୍ନୀ ସାକ୍ଷୀ ଏକ ଭିଡ଼ିଓ ଜାରି କରିଥିଲେ। ଯେଉଁଥିରେ ଧୋନି ଫ୍ଲାଇଟ୍‌ରେ ପ୍ରଶଂସକଙ୍କ ଠାରୁ ବଞ୍ଚିବା ପାଇଁ ନିଜ ଚେହେରାକୁ ଘୋଡାଇ ରଖିଥିଲେ। ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ ନିଜର ପ୍ରଦର୍ଶନକୁ ନେଇ କିଛିଦିନ ଧରି ଧୋନି ସମାଲୋଚନାର ଶିକାର ହୋଇଆସୁଛନ୍ତି।

Previous ArticleNext Article

Send this to a friend