ସର୍ବସାଧାରଣ ସ୍ଥାନରେ ଫୋନ୍ ଚାର୍ଜ କରୁଛନ୍ତି କି? ହୁଅନ୍ତୁ ସାବଧାନ… ନହେଲେ ହ୍ୟାକ୍‌ ହୋଇଯିବ ଡାଟା

mmm

ନୂଆଦିଲ୍ଲୀ: ଯଦି ଆପଣମାନେ ବିମାନବନ୍ଦର, ରେଳ ଷ୍ଟେସନ୍‌, ରେସ୍ତୋରାଁ ଓ ମଲ୍‌ ଭଳି ସର୍ବସାଧାରଣ ସ୍ଥାନରେ ମୋବାଇଲ୍ ଚାର୍ଜ କରୁଛନ୍ତି, ତା’ହେଲେ ରୁହନ୍ତୁ ସାବଧାନ। କାହିଁକି ନା ଆପଣଙ୍କ ଡାଟା ହ୍ୟାକ୍ ହୋଇପାରେ। ଆଉ ଆପଣ କିଛି ବି ଜାଣି ପାରିବେନି। କିଛି ସମୟର ଚାର୍ଜିଂ ମଧ୍ୟରେ ଲୁଚାଛୁପାରେ ହ୍ୟାକ୍ ହୋଇଯିବ ଡାଟା।

ନିକଟରେ ଏନ୍‌ୱାଇଇଟି (ନ୍ୟୁୟର୍କ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି) ତରଫରୁ କରାଯାଇଥିବା ଏକ ଗବେଷଣାରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ଏଥିରୁ ଜଣାପଡ଼ିଛି ଯେ ସର୍ବସାଧାରଣ ସ୍ଥାନରେ ମୋବାଇଲ୍ ଚର୍ଜ କଲା ବେଳେ ଡାଟା ହ୍ୟାକ୍ କରିବା ପାଇଁ ସାଇଡ୍ ଚ୍ୟାନେଲ୍‌ର ବ୍ୟବହାର କରାଯାଉଛି। ଏଥିରେ ବିନା ଡାଟା କେବୁଲ୍‌ରେ ବ୍ୟକ୍ତିଗତ ସୂଚନା ବା ଡାଟା ବାହାର କରାଯାଇ ପାରିବ। କେତେ ଡାଟା ହ୍ୟାକ୍ ହେବ ତାହା ମୋବାଇଲ୍‌ର ଚାର୍ଜିଂ ସମୟ ଉପରେ ନିର୍ଭର କରେ। ମୋବାଇଲ୍ ୧୦୦ ପ୍ରତିଶତ ଚାର୍ଜିଂ ଥିଲେ ଡାଟା ହାଇ ସ୍ପୀଡ୍‌ରେ ହ୍ୟାକ୍ ହୋଇପାରିବ।

Previous ArticleNext Article

Send this to a friend