ନିର୍ବାଚନ ଫଳାଫଳ ନେଇ ଜ୍ୟୋତିଷଙ୍କ ଭବିଷ୍ୟବାଣୀ ବେଆଇନ

astro

ନୂଆଦିଲ୍ଲୀ: ନିର୍ବାଚନ ସମୟରେ ଏକ୍‌ଜିଟ୍ ପୋଲ୍ ସହିତ ଗଣମାଧ୍ୟମଗୁଡ଼ିକରେ ଜ୍ୟୋତିଷଙ୍କ ଭବିଷ୍ୟବାଣୀ ବି ପ୍ରକାଶ ପାଏ। କିନ୍ତୁ ନିର୍ବାଚନ ଫଳାଫଳ ନେଇ ଜ୍ୟୋତିଷଙ୍କ ଭବିଷ୍ୟବାଣୀ ବେଆଇନ୍ ବୋଲି କହିଛନ୍ତି ନିର୍ବାଚନ କମିଶନ।

କମିଶନ କହିଛନ୍ତି ନିର୍ବାଚନ ବେଳେ ଯେଉଁ ସମୟରେ ଏକ୍‌ଜିଟ୍ ପୋଲ୍‌ ଉପରେ କଟକଣା ଲାଗି ଥାଏ ସେହି ସମୟରେ ଫଳାଫଳ ନେଇ ଜ୍ୟୋତିଷଙ୍କ ଭବିଷ୍ୟବାଣୀ ବି ବେଆଇନ୍। କେବଳ ଜ୍ୟୋତିଷଙ୍କ ଭବିଷ୍ୟବାଣୀ ନୁହେଁ, ଏହି ସମୟରେ ରାଜନୈତିକ ସମୀକ୍ଷା ମଧ୍ୟ ବେଆଇନ।

କମିଶନ କହିଛନ୍ତି ଯେ  ରିପ୍ରେଜେଣ୍ଟେସନ୍ ଅଫ୍ ଦ ପିପୁଲ୍ ଆକ୍ଟର ୧୨୬ ଏ ଧାରା ଅନୁଯାୟୀ ନିର୍ବାଚନ ତାରିଖ ଆରମ୍ଭ ହେବା ଠାରୁ ଆରମ୍ଭ କରି ଶେଷ ପର୍ଯ୍ୟାୟ ଭୋଟ୍ ସରିବା ପର୍ଯ୍ୟନ୍ତ ଫଳାଫଳ ସଂପର୍କରେ କୌଣସି ପ୍ରକାରେ ଆକଳନ କରିବା ଆଇନର ଉଲ୍ଲଂଘନ।

କିଛି ବୈଦ୍ୟୁତିକ ଗଣମାଧ୍ୟମଗୁଡ଼ିକରେ ଏହି ସମୟରେ ନିର୍ବାଚନ ଫଳାଫଳ ସଂପର୍କରେ କରାଯାଉଥିବା ଆକଳନକୁ ନେଇ କମିଶନ ଏହି ପ୍ରତିକ୍ରିୟା ଦେଇଛନ୍ତି।

Previous ArticleNext Article

Send this to a friend