ଦୋକାନ ଭାଙ୍ଗି ୨୬,୦୦୦ଟଙ୍କା ଖାଇଗଲେ  ହାତୀ

note-1

ଗୌହାଟି: ଟଙ୍କା  ଖାଇଗଲା ହାତୀ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣା ସତ।  କାଗଜପତ୍ର ହାତୀର ଖାଦ୍ୟ ହୋଇ ନ ଥିଲେ ବି ଭୋକ ବିକଳରେ ହାତୀ ଟଙ୍କା ମଧ୍ୟ ଛାଡ଼ି ନ ଥିଲା। ଏମିତି ଘଟଣା ଆସାମର ସୁନିତପୁର ଜିଲ୍ଲାର ତାରାଜୁଲି ଅଞ୍ଚଳରେ ଘଟିଛି। ସୋମବାର ରାତିରେ ୪ରୁ ୫ଟି ବଣୁଆ ହାତୀ ଜନବସତି ଆଡ଼କୁ ମାଡ଼ିଆସି ବ୍ୟାପକ କ୍ଷୟକ୍ଷତି କରିଛନ୍ତି। ହାତୀ ଗୁଡ଼ିକ ତାଣ୍ଡବ ମଚାଇବା ସହ ଏଠାରେ  ଥିବା ଏକ ଦୋକାନକୁ ଭାଙ୍ଗି ଦେଇଥିଲେ। ଖାଦ୍ୟ ଅନ୍ୱେଷଣରେ ଆସିଥିବା ହାତୀ ଦୋକାନ ଭାଙ୍ଗି ଯାହା ପାଇଥିଲେ ଖାଇଥିଲେ। ଏପରିକ କ୍ୟାସ ବାକ୍ସକୁ ମଧ୍ୟ ଛାଡ଼ି ନଥିଲେ।

ଦୋକାନ ମାଲିକ ରାଜେନ୍ଦ୍ର ଡଗଲଙ୍କ କହିବା ଅନୁଯାୟୀ କ୍ୟାସବାକ୍ସରେ ୪୦ ହଜାରରୁରୁ ଊର୍ଦ୍ଧ ଟଙ୍କା ଥିଲା। ସେସବୁ ୧୦,୫୦,୫୦୦ ଏବଂ ୨୦୦୦ ଟଙ୍କିଆ  ପର୍ଯ୍ୟନ୍ତ ନୋଟ ଥିଲା।  ସେଥିରୁ ହାତୀ ୨୬ ହଜାର ଟଙ୍କା  ଖାଇଦେଇଥିବା ବେଳେ ଆଉ କିଛି ତଳେ ବିଛୁଡ଼ି ହୋଇ ପଡ଼ିରହିଥିଲା। ଗୌହାଟିଠାରୁ ୨୦୦ କିମି ଦୂରରେ ଏହି ଘଟଣା ଘଟିଛି। ବନବିଭାଗର କହିବା ଅନୁଯାୟୀ ଖାଦ୍ୟ ଅନ୍ୱେଷଣରେ ହାତୀ  ଗୁଡ଼ିକ ଜନବସତି ମୁହାଁ ହେଉଛନ୍ତି।

ଉକ୍ତ ଅଞ୍ଚଳରେ ହାତୀ ଆକ୍ରମଣରେ ୨୦୦୬ ରୁ ୨୦୧୬ ମଧ୍ୟରେ ୭୮୫ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।  ଦେଶର ସର୍ବାଧିକ ହାତୀ ରହୁଥିବା ରାଜ୍ୟ ହେଉଛି ଆସାମ।  ଗତ ବର୍ଷ ହାତୀ ଗଣନା ଅନୁଯାୟୀ ଏହି ରାଜ୍ୟରେ ପାଖାପାଖି ୬୦୦୦ ହାତୀ ଥିବା ଜଣାପଡ଼ିଛି।

ସୌଜନ୍ୟ ହିନ୍ଦୁସ୍ତାନ ଟାଇମ୍‌ସ୍‌

Previous ArticleNext Article

Send this to a friend