ଘୋଷଣା ହେଲା ଫାଷ୍ଟ୍‌ ଟ୍ରାକ୍ ସ୍ମାର୍ଟ ସିଟି ତାଲିକା

Venkaiah-Naidu

ନୂଆଦିଲ୍ଲୀ: କେନ୍ଦ୍ରୀୟ ସହର ବିକାଶ ମନ୍ତ୍ରୀ ଭେଙ୍କେୟା ନାଇଡୁ ଆଜି ଫାଷ୍ଟ ଟ୍ରାକ୍ ସ୍ମାର୍ଟ ସିଟି ପ୍ରତିଯୋଗିତାର ୧୩ ବିଜୟୀଙ୍କ ନାମ ଘୋଷଣା କରିଛନ୍ତି। ଏହି ୧୩ ବିଜୟୀ ସହରଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି ଲକ୍ଷ୍ନୌ। ୱରାଙ୍ଗଲ୍ ଦ୍ୱିତୀୟ ସ୍ଥାନରେ ରହିଛି। ଧର୍ମଶାଳା,ଚଣ୍ଡିଗଡ଼, ରାୟପୁର. ନିଉ ଟାଉନ କୋଲକାତା, ଭାଗଲପୁର, ପାଣାଜି, ପୋର୍ଟ ବ୍ଲେୟର, ଇମ୍ଫାଲ୍, ରାଞ୍ଚି, ଅଗରତାଲା ଓ ଫରିଦାବାଦ୍ ସହରର ନାମ ଫାଷ୍ଟ ଟ୍ରାକ୍ ସ୍ମାର୍ଟ ସିଟି ତାଲିକାରେ ରହିଛି।

ଚଳିତ ବର୍ଷ ଆଉ ୨୭ଟି ସହରରକୁ ସ୍ମାର୍ଟ ସିଟି ତାଲିକାରେ ସାମିଲ କରାଯିବ। ପାଟଣା,  ସିମଲା, ଅମରାବତୀ, ବେଙ୍ଗଲୁରୁ, ତିରୁଅନନ୍ତପୁରମ୍, ରାୟବରେଲୀ ଓ ମେରଟକୁ ମଧ୍ୟ ସ୍ମାର୍ଟ ସିଟି ତାଲିକାରେ  ସାମିଲ ହେବା ପାଇଁ  ସୁଯୋଗ ଦିଆଯିବ ବୋଲି ଭେଙ୍କେୟା କହିଛନ୍ତି।

Previous ArticleNext Article

Send this to a friend