ଅଫର ଆଉ ୨ ଦିନ : ଆଇଫୋନ-7 ଉପରେ ଫ୍ଲିପକାର୍ଟର ୨୦ ହଜାର ଟଙ୍କା ଡିସକାଉଣ୍ଟ

Untitled-1

ନୂଆଦିଲ୍ଲୀ: ଆପଣ ଆଇଫୋନ କିଣିବା ପାଇଁ ଇଛୁକକି? ତେବେ ଡେରି କରନ୍ତୁ ନାହିଁ। କାରଣ ଫ୍ଲିପକାର୍ଟ ଆଣିଛି ମେଗା ଅଫର। ଆପଲ ଆଇଫୋନ ଉପରେ ଫ୍ଲିପକାର୍ଟ ୨୦ ହଜାର ଟଙ୍କା ଡିସକାଉଣ୍ଟ ରଖିଛି ।  ଏହି ଅଫର ଗତକାଲିଠାରୁ ଆରମ୍ଭ ହୋଇଛି ଏବଂ ବୁଧବାର ଶେଷ ଦିନ ରହିଛି।  ଯାହାକୁ ଫ୍ଲିପକାର୍ଟ ଆପଲ ଡେଜ୍‌ ବୋଲି ଘୋଷଣା କରିଛି। ସେହିପରି ମ୍ୟାକବୁକ୍‌ ପ୍ରୋ, ଆପଲ ୱାଚ୍‌ ଭଳି ଡିଭାଇସ ଉପରେ ମଧ୍ୟ ଅଫର  ରଖିଛି  ଫ୍ଲିପକାର୍ଟ।

ବିଶେଷ କରି ଆଇଫୋନ7 256GB  ଉପରେ ଫ୍ଲାଟ ୨୦,୦୦୦ ଟଙ୍କା ଡିସକାଉଣ୍ଟ ରଖିଛି ଫ୍ଲିପକାର୍ଟ। ଆହୁରି ମଧ୍ୟ  ଆଇଫୋନ 7 256GB  ସିଲଭର,ବ୍ଲାକ, ଜେଟ ବ୍ଲାକ ମଡେଲ ଫୋନର ଦର  ୫୯,୯୯୯ ଟଙ୍କା ରହିଥିଲେ ମଧ୍ୟ ଏହା ଉପରେ ଏକ୍ସଚେଞ୍ଚ ଅଫର ମଧ୍ୟ ରଖିଛି ଫ୍ଲିପକାର୍ଟ। ପାଖାପାଖି ୧୯ ହଜାର ଟଙ୍କା ପର୍ଯ୍ୟନ୍ତ ଛାଡ଼ ରହିଛି। ସେହିପରି  ଆଇଫୋନ ୭ପ୍ଲସ ଉପରେ ମଧ୍ୟ  ଅଫରି ରହିଛି। ଏଥିସହ  ଆଇଫୋନ 6 16GB ସେଟକୁ  ୨୫,୯୯୦ ଟଙ୍କାରେ ଦେଉଛି ଫ୍ଲିପକାର୍ଟ । ଯାହା  ଉପରେ ୨୬,୦୧୦ ଟଙ୍କା ଛାଡ଼ର ବ୍ୟବସ୍ଥା ରହିଛି।  ଏ ସବୁକୁ ଆକ୍ସିସ ବ୍ୟାଙ୍କ କ୍ରେଡିଟ କାର୍ଡ଼ରେ କିଣିଲେ ଅନ୍ୟାନ୍ୟ ସୁବିଧା ରହିଛି।

Previous ArticleNext Article

Send this to a friend