ଯବାନ ରହିବାକୁ ଦାଉଦ ବ୍ୟବହାର କରୁଛି ପତଞ୍ଜଳି ପ୍ରଡକ୍ଟସ୍!

dawood

ନୂଆଦିଲ୍ଲୀ: ୧୯୯୩ ମୁମ୍ବାଇ ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ଦାଉଦ୍ ଇବ୍ରାହିମ୍ ହୃଦଘାତର ଶିକାର ହୋଇଥିବା ଖବର ଆସିଛି। ଏହି ଖବର ମିଳିବା ପରେ ଦାଉଦଙ୍କୁ ନେଇ ଭିନ୍ନ ଭିନ୍ନ ଆଲୋଚନା ହେଉଛି। ସୋସିଆଲ୍‌ ମିଡିଆରେ ବି ଦାଉଦ ଖବର ଛାଇ ଯାଇଛି। ଲୋକେ ଅନେକ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି। ଟ୍ୱିଟରରେ #dawoodibrahim ଟପ୍ ଟ୍ରେଣ୍ଡରେ ରହିଛି। କିଛି ଲୋକ ତ ମତ ଦେଇଛନ୍ତି ଦାଉଦ ମରିଗଲେ କ’ଣ ହୋଇଯିବ? ଆଉ ଜଣେ ବ୍ୟକ୍ତି ଲେଖିଛନ୍ତି ସେ ବଞ୍ଚିଲା କି ମଲା ତା’ର ପ୍ରମାଣ କିଏ ମାଗୁଛି? ତେବେ ଦାଉଦକୁ ନେଇ ଜଣେ ବ୍ୟକ୍ତିଙ୍କ ଟ୍ୱିଟ୍ ଭାରି ମଜାଦାର ହୋଇଛି।

ସାଧାରଣତଃ ଭାରତୀୟ ଗଣମାଧ୍ୟମରେ ଯେତେବେଳେ ବି ଦାଉଦ ଇବ୍ରାହିମ୍ ସଂପର୍କିତ ଖବର ଆସେ ତା’ର ସେହି ଗୋଟିଏ ୨୦ ବର୍ଷ ତଳର ଫଟୋର ବ୍ୟବହାର କରାଯାଏ। ଚଷମା ପିନ୍ଧି ଚେୟାରରେ ବସିଥିବ ଓ ସିଗାରେଟ୍ ଟାଣୁ ଥିବ। ଏହାକୁ ନେଇ ହୋଇଛି ସେହି ମଜାଦାର ଟ୍ୱିଟ୍। ଟ୍ୱିଟ୍‌ କରିଥିବା ବ୍ୟକ୍ତି ଜଣଙ୍କ ଲେଖିଛନ୍ତି-ଯବାନ ରହିବା ପାଇଁ ସେ (ଦାଉଦ) ପତଞ୍ଜଳି ପ୍ରଡକ୍ଟସ୍ ବ୍ୟବହାର କରୁଛି କି? ଆମେ ୯୦ ଦଶକୁ ଦାଉଦର ସେହି ଗୋଟିଏ ଫଟୋ ଦେଖି ଦେଖି ଆସୁଛୁ।

Previous ArticleNext Article

Send this to a friend