ଗୋଟିଏ ବି ଜୀବନ ନେଇନି ବ୍ଲୁ ହ୍ୱେଲ୍‌

blue

ନୂଆଦିଲ୍ଲୀ: ବ୍ଲୁ ହ୍ୱେଲ୍‌ ଗେମ୍‌ର ଭୟାବହତା ସମ୍ପର୍କରେ ଆପଣ ଜାଣିଥିବେ। ନିକଟରେ ଯାହାକୁ ନେଇ ଗଣମାଧ୍ୟରେ ଚର୍ଚ୍ଚା ଉଠୁଥିଲା ପଡୁଥିଲା। ଏହି ଗେମ୍‌ ଖେଳି ଅନେକ ଅପ୍ରାପ୍ତବୟସ୍କ ଶିଶୁ, ସ୍କୁଲ ପିଲା ଆତ୍ମହତ୍ୟା କରୁଥିଲେ ବୋଲି କୁହାଯାଉଥିଲା। କିନ୍ତୁ ଏବେ ସରାକର ଏହି ଗେମ୍‌କୁ ନେଇ ଯେଉଁ ତଥ୍ୟ ଦେଇଛନ୍ତି ସେ ସମ୍ପର୍କରେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ। କେନ୍ଦ୍ର ସରକାର କହିଛନ୍ତି ଯେ, ବ୍ଲୁ ହ୍ୱେଲ ଗେମ୍‌ରେ ଦେଶର କୌଣସି ଶିଶୁ ଆତ୍ମହତ୍ୟା କରି ନାହାନ୍ତି।

ଏକ ପ୍ରଶ୍ନର ଉତ୍ତର ଦେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ବ୍ଲୁ ହ୍ୱେଲ୍‌ ଗେମ୍‌ ସମ୍ପର୍କରେ ଯାଞ୍ଚ କରୁଥିବା କମ୍ପ୍ୟୁଟର ଏମରଜେନ୍ସି ରେସ୍ପନ୍ସ ଟିମ୍‌ (CERT) ଯେଉଁ ରିପୋର୍ଟ ପ୍ରଦାନ କରିଛନ୍ତି, ସେଥିରେ ଏହି ଗେମ୍‌ ଦ୍ୱାରା କାହାରି ମୃତ୍ୟୁ ଘଟିନାହିଁ ବୋଲି ସ୍ପଷ୍ଟ କୁହାଯାଇଛି।

ଲୋକସଭାରେ କେନ୍ଦ୍ର ଗୃହରାଜ୍ୟମନ୍ତ୍ରୀ ହଂସରାଜ ଅହିର କହିଛନ୍ତି ଯେ, ବ୍ଲୁ ହ୍ୱେଲ ଗେମ୍‌ ମାମଲାରେ ତମାମ୍‌ ଅଭିଯୋଗ ମିଳିବା ପରେ ଏହାର ଯାଞ୍ଚ ପାଇଁ ଏକ କମିଟି ବସିଥିଲା। ଯାହାର ଚ୍ୟାୟାରେମନ୍‌ ଥିଲେ CERTର ଡାଇରେକ୍ଟର ଜେନେରାଲ। ଏହି କମିଟିକୁ କୁହାଯାଇଥିଲା କି, ଦେଶର ଭିନ୍ନ ଭିନ୍ନ ରାଜ୍ୟରୁ ଆସିଥିବା ଆତ୍ମହତ୍ୟା ଘଟଣାର ପୁଙ୍ଖନୁପୁଙ୍ଖ ତଦନ୍ତ କରିବାକୁ। ଇଣ୍ଟରନେଟ୍‌ ଗେମ୍‌ ଖେଳିଥିବା ଏହି ପିଲାମାନେ ଆତ୍ମହତ୍ୟା କରିଛନ୍ତି ବୋଲି କୁହାଯାଉଥିବା ବେଳେ ବାସ୍ତବରେ ଏଭଳ କୌଣସି ପ୍ରମାଣ ହସ୍ତଗତ ହୋଇନାହିଁ ତଦନ୍ତ ରିପୋର୍ଟରେ ଉଲ୍ଲେଖ ରହିଛି।

Previous ArticleNext Article

Send this to a friend