ଜିଏସ୍‌ଟିର ୪ଟି ସହାୟକ ବିଲ୍‌ ଲୋକସଭାରେ ପାରିତ

india_gst

ନୂଆଦିଲ୍ଲୀ: ପାରିତ ହେଲା ଜିଏସଟି ସମ୍ପର୍କିତ ୪ଟି ସହାୟକ ବିଲ୍‌। ଗତକାଲି ଲୋକସଭାରେ ଏହାକୁ ମଞ୍ଜୁରୀ ମିଳିଛି। ଦେଶର ସବୁଠାରୁ ବଡ଼ ଆର୍ଥିକ ସଂସ୍କାର କୁହାଯାଉଥିବା ଗୁଡସ୍ ଆଣ୍ଡ ସର୍ଭିସ୍‌ ଟ୍ୟାକ୍ସ (ଜିଏସଟି) ଲାଗୁ ପାଇଁ କେନ୍ଦ୍ର ସରକାରଙ୍କ ଜୋରଦାର ପ୍ରୟାସ ଚଳାଇଛନ୍ତି।

ଗତକାଲି ଲୋକସଭାରେ ଏ ସମ୍ପର୍କିତ ୪ଟି ସହାୟକ ବିଲ୍‌ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଉପସ୍ଥାପନ କରିଥିଲେ। ଯାହା ମଧ୍ୟରେ ପ୍ରମୁଖ ବିଲ୍‌ ରହିଛି ସେଣ୍ଟ୍ରାଲ୍‌ ଜିଏସଟି। ଜିଏସ୍‌ଟି ଗୁଡସ୍ ଆଣ୍ଡ ସର୍ଭିସେସ୍‌ ନେଇ ଯେଉଁ ଟ୍ୟାକ୍ସ ଲାଗିବ ତାକୁ ଜିଏସଟି ପରିଷଦ ସ୍ଥିର କରିବ। ସେହିପରି ଅନ୍ୟ ୩ଟି ହେଲା ଜିଏସଟି (କଂପେନସେସନ୍‌ ଟୁ ଷ୍ଟେଟସ୍‌) ବିଲ୍‌, ଇଣ୍ଟିଗ୍ରେଟଡ୍‌ ଜିଏସଟି ବିଲ୍‌ ଓ ୟୁନିୟନ ଟେରିଟୋରି ବା ୟୁଟି ବିଲ୍। ଏଥିସହ ଷ୍ଟେଟ୍‌ ଜିଏସଟି ବା ଏସ୍‌ଜିଏସଟି ବିଲ୍‌କୁ ବିଭିନ୍ନ ରାଜ୍ୟର ବିଧାନସଭାରେ ପାରିତ କରିବାକୁ ପଡ଼ିବ। ବିଲ୍‌ ଉପରେ ଗତକାଲି ଲୋକସଭାରେ ସରଗରମ ଆଲୋଚନା ପରେ ବିଭିନ୍ନ କ୍ଲଜ୍‌ ଉପରେ ଭୋଟିଂ କରାଯାଇଥିଲା।

Previous ArticleNext Article

Send this to a friend