ଆସିଲା ହାର୍ଦ୍ଦିକଙ୍କ ଦ୍ୱିତୀୟ ସିଡି, ଏଥର ୨ ସାଥିଙ୍କ ସହ ଗୋଟିଏ ଖଟରେ

ଅହମ୍ମଦାବାଦ୍‌: ୨୨ ମଇ ରାତି ସାଢେ ୧୨ଟା। ହୋଟେଲ ରୁମ୍‌ର ଗୋଟିଏ ଆରାମଦୟକ ଖଟ ଉପରେ ୩ ଯୁବକଙ୍କ ସହ ଝିଅଟିଏ। ଯୁବକମାନେ ଲଣ୍ଡା ହୋଇଥିବା ବେଳେ ସମସ୍ତଙ୍କ ହାତରେ ସ୍ମାର୍ଟଫୋନ୍‌ ଓ ମୃଦୁ ପାନୀୟର କେନ୍‌। ଆଉ ସେଇ ଫୋନ୍‌ରେ କିଛି ଛବି ନ ହେଲେ ଭିଡିଓ ଦେଖି ସମସ୍ତେ ଟିକେ ଟିକେ ହସୁଛନ୍ତି । ଆଉ କଥା କଥାକେ ଝିଅଟି କଥାରେ କଥା ମିଶେଇ ଅନ୍ତରଙ୍ଗ ହୋଇପଡୁଛି ଉକ୍ତ ଯୁବକମାନଙ୍କର ।

ଏହା କୌଣସି ଗଳ୍ପ ନୁହେଁ, ଏକ ଭିଡିଓର ଦୃଶ୍ୟ । ଯାହା ଗୁଜୁରାଟ ରାଜନୀତିରେ ଝଡ ସୃଷ୍ଟି କରିଛି । କୁହାଯାଉଛି, ଭିଡିଓରେ ଥିବା ଯୁବକମାନଙ୍କ ମଧ୍ୟରୁ ଜଣିଏ କୁଆଡେ ହାର୍ଦ୍ଦିକ ପଟେଲ।  ପଟିଦାର ସଂରକ୍ଷଣ ଆନ୍ଦୋଳନର କର୍ଣ୍ଣଧାର ବୋଲାଉଥିବା ହାର୍ଦ୍ଦିକଙ୍କ ଏହା ଦ୍ୱିତୀୟ ବିବାଦୀୟ ସିଡି । ଗତକାଲି ଏମିତି ଗୋଟିଏ ସିଡି ୟୁଟୁଉବ୍‌ରେ ଘୁରି ବୁଲୁଥିଲା। ଯାହାକୁ ନେଇ ବିବାଦ ଆରମ୍ଭ ହୋଇଛି।

ଏଣେ ଏହି କେଳେଙ୍କାରୀ ଏକ ସୁଚିନ୍ତିତ ରାଜନୈତିକ ଚାଲ ବୋଲି କହିଛନ୍ତି ନିଜେ ହାର୍ଦ୍ଦିକ । ଭାଜପା ତାଙ୍କ ବିରୋଧରେ ଏଭଳି ନକଲି ସିଡି ଜାରି କରୁଛି ବୋଲି ସେ ଅଭିଯୋଗ କରିଛନ୍ତି। ଏହି ଦୃଶ୍ୟ ବ୍ୟାଙ୍କକ୍‌ରେ ସୁଟିଂ ହୋଇଛି । ଏହା ସମ୍ପୁର୍ଣ୍ଣ ରୁପେ ତାଙ୍କୁ ବଦ୍‌ନାମ କରିବାକୁ ଏକ ଚାଲ୍‌ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ନିକଟରେ ଭାଜପାର କାର୍ଯ୍ୟକଳାପକୁ ବିରୋଧ କରି ହାର୍ଦ୍ଦିକ ଓ ତାଙ୍କ ସମର୍ଥକମାନେ ସାମୁହିକ ଭାବେ ଲଣ୍ଡା ହୋଇ ବିରୋଧ ପ୍ରଦର୍ଶନ କରିଥିଲେ । ଏଣୁ ଉକ୍ତ ସିଡିରେ ଯୁବକମାନେ ଲଣ୍ଡା ହୋଇଥିବାରୁ ଏହା ବିବାଦକୁ ଆହୁଛି ବତର୍କିତ କରି ପକାଇଛି । ଏଥିରେ ଥିବା ଯୁବକ ହାର୍ଦ୍ଦିକ କି ନାହିଁ ସେ ନେଇ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ଆଗାମୀ ଦିନରେ ହେବାକୁ ଥିବା ଗୁଜୁରାଟ ବିଧାନସଭା ନିର୍ବଚନ ଏହାଦ୍ୱାରା ପ୍ରଭାବିତ ହେବାର ଆଶଙ୍କା ରହିଛି ବୋଲି ଚର୍ଚ୍ଚା ହେଉଛି। ତେବେ ଏହି ସିଡି କେଳେଙ୍କାରୀ କଂଗ୍ରେସ ପାଇଁ ମହଙ୍ଗା ପଡିବ । କାରଣ ନିର୍ବାଚନରେ ରହୁଲ ଗାନ୍ଧୀଙ୍କ ରଣନୀତି ମୁତାବକ ହାର୍ଦ୍ଦିକ କଂଗ୍ରେସ ପାଇଁ ପ୍ରଚାର କରିଥାନ୍ତେ।

Previous ArticleNext Article

Send this to a friend