ସଚ୍ଚୋଟ ବ୍ୟୁରୋକ୍ରାଟଙ୍କୁ ଏମିତି ପୁରସ୍କାର: ଭେଟନ୍ତୁ ୫୧ଥର ବଦଳି ହେଇଥିବା ଏହି ଆଇଏସସ୍ ଅଫିସରଙ୍କୁ

ଚଣ୍ଡିଗଡ: ହରିୟାଣାର ଆଇଏସ୍‌ ଅଧିକାରୀ ଆଶୋକ ଖେମଟାଙ୍କୁ ପୁଣି ବଦଳି କରାଯାଇଛି । ଆଉ ଏହି ଖବର ପାଇବା ପରେ ଖେମାଟା ଏକ ହାସ୍ୟାସ୍ପଦ ବିବୃତି ରଖିଛନ୍ତି । କହିଛନ୍ତି ଏଥର ବଦଳି ତାଙ୍କ ମଥା ଚହଲାଇ ଦେଇଛି। ତାଙ୍କ ଭାଷାରେ କହିବାକୁ ଗଲେ “ଭେଜା ଫ୍ରାଏ” ହୋଇଗଲା ବୋଲି ସେ ଟ୍ୱିଟ୍‌ ବାର୍ତ୍ତାରେ ଜଣାଇଛନ୍ତି । ଏହା ତାଙ୍କର ୫୧ତମ ବଦଳି। ରାଜ୍ୟରେ କଂଗ୍ରେସ ସରକାର ରହିଥିବା ବେଳେ ଭାଜପା ବାରମ୍ବାର ଅଭିଯୋଗ କରୁଥିଲା ଯେ, କଂଗ୍ରେସ ସରକାର ଜାଣିଶୁଣି ଖେମଟାଙ୍କ ଭଳି ଜଣେ କର୍ତ୍ତବ୍ୟବାନ୍‌ ଅଧିକାରୀଙ୍କୁ ଅକ୍ରୋଶମୂଳକ ଭାବେ ବଦଳି କରୁଛି। କନ୍ତୁ ବର୍ତ୍ତମାନ ରାଜ୍ୟରେ ବିଜେପି ସରକାର ଚାଲିଥିବା ବେଳେ ଏଭଳି ବଦଳି ପରେ ଭାଜପା ସରକାରରେ ଥିବା କେତେକ ମନ୍ତ୍ରୀଙ୍କ ଉପରେ ଆଙ୍ଗୁଠି ଉଠିଲାଣି।

ପୂର୍ବରୁ ରାଜ୍ୟରେ ହେଉଥିବା ବିଭିନ୍ନ ଅନିୟମିତତା ଓ ଦୁର୍ନୀତି ପ୍ରସଙ୍ଗ ଲୋକଲାଚନକୁ ଆଣିବା ପରେ ତାଙ୍କ ରାଜ୍ୟର ୩ ମନ୍ତ୍ରୀଙ୍କ ସହ ବିବାଦ ହୋଇଯାଇଛି। ନିକଟରେ ସରକାରୀ ଗାଡିର ଦୁରୁପଯୋଗ ଘଟଣାକୁ ନେଇ ସାମାଜିକ ନ୍ୟାୟ ଏବଂ ଅଧିକାର ବିଭାଗର ମନ୍ତ୍ରୀ କୃଷ୍ଣ କୁମାର ବେଦୀଙ୍କ ସହ ତାଙ୍କର ମତାନ୍ତର ହୋଇଥିଲା। ଫଳରେ ଏହାର ପରିମାଣ ତାଙ୍କୁ ଭୋଗିବାକୁ ପଡିଛି ବୋଲି କୁହାଯାଉଛି । ସେ ଏହି ବିଭାଗର ମୁଖ୍ୟ ସଚିବ ଭାବେ ଦାୟିତ୍ୱ ନିର୍ବାହ କରୁଥିବା ବେଳେ ବଦଳି ପରେ କ୍ରିଡା ଓ ଯୁବ ବ୍ୟାପାର ବିଭାଗର ପ୍ରିନ୍ସପାଲ ସେକ୍ରେଟାରୀ ଭାବେ ଦାୟିତ୍ୱ ସମ୍ଭାଳିବେ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ଖେମଟା ସାମଜିକ ନ୍ୟାୟ ଏବଂ ଅଧିକାର ବିଭାଗର କାଗଜପତ୍ର ନ ଥିବା ପ୍ରାୟ ୩ ଲକ୍ଷ ଲୋକଙ୍କ ପେନ୍‌ସନ୍‌ ବନ୍ଦ କରି ଚର୍ଚ୍ଚାକୁ ଆସିଥିଲେ ।

ଖାଲି ଏହି ବିଭାଗ ନୁହେଁ, ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସହ ବିବାଦ କରି ସେ ଚର୍ଚ୍ଚାକୁ ଆସିଥିଲେ।  ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟାର ଜଣେ କର୍ମଚାରୀଙ୍କୁ ଦିପାବଳୀ ଅବସରରେ ୧ ହଜାର ଟଙ୍କାର ଏକ ପୁରସ୍କାର ଦେଇଥିବାରୁ ସେ ଏହାର ବିରୋଧ କରି ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଥିଲେ।

Previous ArticleNext Article

Send this to a friend