ଗୁଜରାଟ ଉପକୂଳରୁ ୩୫ଶହ କୋଟି ଟଙ୍କାର ହେରୋଇନ୍‌ ଜବତ, ଜାହାଜରେ ହେଉଥିଲା ଚାଲାଣ

ship

ଅହମ୍ମଦାବାଦ:ଗୁଜରାଟ ଉପକୂଳରୁ ବିପୁଳ ପରିମାଣରେ ନିଶା ଦ୍ରବ୍ୟ ଜବତ। ଗୁଜରାଟ ତଟରକ୍ଷାବାହିନୀ ପକ୍ଷରୁ ଚଢାଉ କରାଯାଇ ୧୫୦୦ କେଜିର ହେରୋଇନ୍ ଜବତ କରାଯାଛି। ଯାହାର ଆନୁମାନିକ ମୂଲ୍ୟ ୩୫୦୦ କୋଟି ଟଙ୍କା ହେବ।  ଗୁଜରାଟ ସମୁଦ୍ର ଉପକୂଳରେ ଏକ ଜାହାଜରେ ଏହି ନିଶା ଦ୍ରବ୍ୟ ଚାଲାଣ ହେଉଥିବା ବେଳେ ରବିବାର ତଟରକ୍ଷବାହିନୀ ପକ୍ଷରୁ ଚଢାଉ କରାଯାଇ ଜବତ କରାଯାଇଛି। ‘ସମୁଦ୍ର ପାଭକ’  ନାମକ ଏକ ଜାହାଜରୁ ଏହି ହେରୋଇନ୍‌ ସିଜ୍‌ କରାଯାଇଛି।  ଏହି ଘଟଣାରେ ତଟରକ୍ଷାବାହିନୀ, ଗୋଇନ୍ଦା ବିଭାଗ ପକ୍ଷରୁ ମିଳିତ ଭାବେ ତଦନ୍ତ କରାଯାଉଛି।

ସୌଜନ୍ୟ: ଟାଇମ୍‌ସ୍‌ ଅଫ ଇଣ୍ଡିଆ

Previous ArticleNext Article

Send this to a friend