ଉତ୍ତରପ୍ରଦେଶରେ ହାଇ ଆଲର୍ଟ: ସାଧୁ ବେଶରେ ଲୁଚିଛନ୍ତି ଆତଙ୍କବାଦୀ

up alert now

ଲକ୍ଷ୍ନୌ: ଉତ୍ତରପ୍ରଦେଶ ପାଇଁ ଚେତାବନୀ। ସାଧୁସନ୍ଥ ବେଶରେ ବୁଲୁଛନ୍ତି ଆଇଏସଆଇ ଆତଙ୍କବାଦୀ। ଏପରିକି ରାଜ୍ୟର ବିଭିନ୍ନ ସ୍ଥାନରେ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି। ମଧ୍ୟପ୍ରଦେଶ ପୋଲିସ ଏନେଇ ଚେତାବନୀ ଦେବା ପରେ ସାରା ରାଜ୍ୟରେ ହାଇଆଲର୍ଟ ଜାରି କରିଛନ୍ତି ଉତ୍ତରପ୍ରଦେଶ ସରକାର। ଧାର୍ମିକ ସ୍ଥଳ କିମ୍ବା ସର୍ବସାଧାରଣ ସ୍ଥାନରେ ଆତଙ୍କବାଦୀମାନେ ସାଧୁସନ୍ଥଙ୍କ ବେଶରେ ଯାଇ ଆକ୍ରମଣ କରି ପାରନ୍ତି। ତେଣୁ ୟୁପିର ସମସ୍ତ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ମଧ୍ୟପ୍ରଦେଶ ପୋଲିସ କହିଛି ୧୭ରୁ ୧୮ଜଣ ଆତଙ୍କବାଦୀ ପାକିସ୍ତାନରୁ ହିନ୍ଦୁ ରିତିନୀତି ଉପରେ ତାଲିମ୍‌ ନେଇଛନ୍ତି । ଏବଂ ୟୁପିରେ ଆକ୍ରମଣ ପୂର୍ବରୁ ସେମାନେ ସ୍ଥାନୀୟ ଅଞ୍ଚଳରେ ଛଦ୍ମବେଶରେ ରହିବା ପାଇଁ ଯୋଜନା କରି ପାରନ୍ତି।

ଗତକାଲି ଗୁଇନ୍ଦା ଖବର ଦେଇଥିଲା, ଉତ୍ତରପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା କରାଯିବାକୁ ଷଡଯନ୍ତ୍ର ରଚା ସରିଛି। ଏହି ଷଡଯନ୍ତ୍ରକୁ କାର୍ଯ୍ୟକାରୀ କରିବାକୁ ୧୨ରୁ ଅଧିକ ପ୍ରଶିକ୍ଷିତ ଆତଙ୍କୀ ଉତ୍ତର ପ୍ରଦେଶରେ ପ୍ରବେଶ କରି ସାରିଲେଣି। କେହି ପାଖ ପଡ଼ୋଶୀ ନୁହନ୍ତି ସୁଦୂର ଲଣ୍ଡନର ଥାଇ କିଛି କାଶ୍ମୀର ଆତଙ୍କୀ ରଚିଛନ୍ତି ଏହି ଚକ୍ରବ୍ୟୁହ। ଏପରି ଏକ ସମ୍ବେଦନଶୀଳ ସୂଚନା ଗୁଇନ୍ଦା ବିଭାଗ ଦେବା ପରେ ଯୋଗୀଙ୍କ ସୁରକ୍ଷା ବଢାଇ ଦିଆଯାଇଛି।

ମୁଖ୍ୟମନ୍ତ୍ରୀ ହେବା ପରେ ଯୋଗୀଙ୍କୁ ଜେଡ ପ୍ଲସ୍‌ ସୁରକ୍ଷା ଯୋଗାଇ ଦିଆଯାଇଥିଲା। ଯେଉଁଥିରେ ଜାତୀୟ ସୁରକ୍ଷା ଗାର୍ଡ (ଏନ୍‌ଏସ୍‌ଜି)ର ୩୫ କମାଣ୍ଡୋ ନିୟୋଜିତ ହୋଇଛନ୍ତି। ଏମାନେ ଯୋଗୀଙ୍କୁ ମୋବାଇଲ ସୁରକ୍ଷା ଯୋଗାଉଛନ୍ତି। ପ୍ରତିଥରରେ ୭ ଜଣ କମାଣ୍ଡୋ ଯୋଗୀଙ୍କୁ ଜଗି ରହୁଛନ୍ତି। ଏବେ ଏହି କମାଣ୍ଡୋମାନଙ୍କ ସହ ଏନ୍‌ଏସ୍‌ଜିର କ୍ୟୁଆରଟି ଟିମ୍‌ ମଧ୍ୟ ଯୋଗୀଙ୍କୁ ସୁରକ୍ଷା ଦେବେ ବୋଲି ନିଷ୍ପତ୍ତି ନିଆଯାଇଛି।

Previous ArticleNext Article

Send this to a friend